ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଗର୍ଜିବେ ଶିକ୍ଷକ ସଂଘ

add-all

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ୱରରେ ଗର୍ଜିବେ ଶିକ୍ଷକ ସଂଘ। ଆସନ୍ତା ୧୦ ତାରିଖରେ ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ସଂଘ ।

ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା। ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ, ଅବସର କାଳୀନ ସୁବିଧା ଆଦି ଦାବିରେ ରାଜରାସ୍ତାକୁ ଓହ୍ଲାଇବ ସଂଘ। ପୂର୍ବ ସରକାର ସମୟରୁ ଏନେଇ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ସେହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିକ୍ଷକ ସଂଘର ଦାବିକୁ ସମର୍ଥନ କରୁଥିଲେ।

ତେଣୁ ତାଙ୍କଠାରୁ ଆଶା କରୁଥିବା କହିଛନ୍ତି ସଂଘର ଆବାହକ। ଯଦି ସରକାର ଏହାକୁ ନେଇ କୌଣସି ନିଷ୍ପତି ନନେବେ ତେବେ ଆଗକୁ ଆନ୍ଦୋଳନ ଜୋର୍ ଧରିବ ବୋଲି ସଂଘ ଚେତେଇ ଦେଇଛି।

ad-week
Leave A Reply

Your email address will not be published.