ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କଲେ ଅଜଣା ବ୍ୟକ୍ତି

add-all

ନ୍ୟୁୟର୍କ: ଆମେରିକାର କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଥିବା ବୋକାସାନୱାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସନ୍ଥ (BAPS) ଙ୍କ ମନ୍ଦିରକୁ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ମନ୍ଦିର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି ।

ଏହି ପୋଷ୍ଟରେ କୁହାଯାଇଛି, “ଏଥର କାଲିଫର୍ଣ୍ଣିଆର ଚିନୋ ହିଲ୍ସ ଥିବା ମନ୍ଦିରରେ କିଛି ଅଜଣା ବ୍ୟକ୍ତି ଭଙ୍ଗାରୁଜା କରିବା ସହ ଅପବିତ୍ର କରିଛନ୍ତି | ହିନ୍ଦୁ ସମ୍ପ୍ରଦାୟ ଘୃଣା ବିରୁଦ୍ଧରେ ଦୃଢ ଭାବରେ ଠିଆ ହୋଇଛି। ଏହି ଘଟଣା ପରେ ତଦନ୍ତ କରିବାକୁ ମନ୍ଦିର କର୍ତ୍ତୃପକ୍ଷ ଦାବି କରିଛନ୍ତି |

ଏହି ସଂଗଠନ ୧୦ଟି ମନ୍ଦିରର ନାମ ସାର୍ବଜନୀନ କରିଛି ଯେଉଁଥିରେ ଗତ କିଛି ବର୍ଷ ମଧ୍ୟରେ ଭଙ୍ଗାରୁଜା ଘଟଣା ଘଟିଛି। ସେପ୍ଟେମ୍ବରରେ, କାଲିଫର୍ନିଆର ସାକ୍ରାମେଣ୍ଟୋରେ ଥିବା ଏକ ହିନ୍ଦୁ ମନ୍ଦିର କାନ୍ଥରେ ଲେଖା ଯାଇଥିଲା ଯେ ‘ହିନ୍ଦୁମାନେ ଫେରିଯାଅ!’ ସେହିପରି ଏହାର ୧୦ ଦିନ ପୂର୍ବରୁ ନ୍ୟୁୟର୍କର ମେଲାବିଲେରେ ଥିବା ସ୍ଵାମୀନାରାୟଣ ମନ୍ଦିରରେ ମଧ୍ୟ କିଛି ଅଜଣା ବ୍ୟକ୍ତି ପଶି ଭଙ୍ଗାରୁଜା କରିଥିଲେ | ଏହା ସହ ହିନ୍ଦୁବିରୋଧୀ ନାରା ଲେଖିଥିଲେ | ତେବେ ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।

ad-week
Leave A Reply

Your email address will not be published.