ଦେଶରେ ବଢୁଛି ସ୍ବାଇନ ଫ୍ଲୁ ମାମଲା, ୧୬ ରାଜ୍ୟରେ ୫୧୬ ଆକ୍ରାନ୍ତ

add-all

ନୂଆଦିଲ୍ଲୀ : ଦେଶରେ ସ୍ୱାଇନ୍ ଫ୍ଲୁ ବା ଏଚ୍୧ଏନ୍୧ ଭୂତାଣୁ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଦେଶର ୮ଟି ରାଜ୍ୟରେ ଏହାର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୫ରେ ୧୬ଟି ରାଜ୍ୟରେ ୫୧୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

କେରଳରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ରିପୋର୍ଟ ଅନୁଯାୟୀ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ସ୍ଥିତି ଗମ୍ଭୀର ରହିଛି।

ତାମିଲନାଡୁ, ପୁଡୁଚେରୀ, କେରଳ, ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର, ଗୁଜରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ କୁ ନେଇ ଅଧିକ ତଦାରଖ କରିବାକୁ ଏନସିଡିସି ନିବେଦନ କରିଛି। ତାମିଲନାଡୁରେ ୨୦୯, କର୍ଣ୍ଣାଟକରେ ୭୬, କେରଳରେ ୪୮, ଜମ୍ମୁ-କଶ୍ମୀରରେ ୪୧, ଦିଲ୍ଲୀରେ ୪୦, ପୁଡୁଚେରୀରେ ୩୨, ମହାରାଷ୍ଟ୍ରରେ ୨୧ ଏବଂ ଗୁଜରାଟରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ad-week
Leave A Reply

Your email address will not be published.