ଶନିବାର ବିଭିନ୍ନ ଜିଲାରେ ହିଟ୍‌ ଓ୍ବେଭ୍‌: ସତର୍କ କରାଇଲା ପାଣିପାଗ ବିଭାଗ

add-all

ଭୁବନେଶ୍ୱର,୧୨ା୩: ହୋଲି (ମାର୍ଚ୍ଚ ୧୫) ଦିନ ଓଡ଼ିଶାର ଅନେକ ଜିଲାରେ ହିଟ୍‌ ଓ୍ବେଭ୍‌ ଅନୁଭବ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଏବଂ ଏହି ସମ୍ପର୍କରେ ଏକ ସତର୍କତା ଜାରି କରିଛି।

ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍‌ ଓ୍ବେଭ୍‌ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି, IMD ପୂର୍ବାନୁମାନ କରିଛି ଏବଂ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରିଛି।

ଅନୁଗୁଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍‌ ଓ୍ବେଭ୍‌ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ଏ ସମସ୍ତ ଜିଲାକୁ IMD ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି।

ସେହିଭଳି ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଏବଂ ବୌଦ୍ଧ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ରାତି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି। ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.