ଭାରତର ‘ଅସ୍ତ୍ର’ ଦେଖି ଚାଇନା-ପାକିସ୍ତାନ ଛାନିଆ

add-all

ନୂଆଦିଲ୍ଲୀ,୧୩।୩: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ ପାଇଁ ଉତ୍ତେଜନା ସୃଷ୍ଟି କରିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଟି ଓଡ଼ିଶାର ଚାନ୍ଦିପୁର ଉପକୂଳରେ ପରୀକ୍ଷଣ କରାଯାଇଥିଲା। ମନ୍ତ୍ରଣାଳୟ କହିଛି, ଏହି ପରୀକ୍ଷଣରେ, କ୍ଷେପଣାସ୍ତ୍ରଟି ଆକାଶରେ ଉଡ଼ୁଥିବା ଲକ୍ଷ୍ୟକୁ ସିଧାସଳଖ ଆଘାତ କରିଥିଲା। ଫଳରେ ଏହାର ପରୀକ୍ଷଣ ସଫଳ ହୋଇଛି।

ମନ୍ତ୍ରଣାଳୟ କହିଛି, ସମସ୍ତ ସବ୍‌-ସିଷ୍ଟମ ଲକ୍ଷ୍ୟକୁ ସଠିକ ଭାବରେ ଛୁଇଁପାରିଥିଲା, ମିଶନ ଉଦ୍ଦେଶ୍ୟ ହାସଲ କରିପାରିଥିଲା। ଅସ୍ତ୍ର କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଡିଜାଇନ ଏବଂ ବିକଶିତ କରାଯାଇଛି। ଏହା ୧୦୦ କିଲୋମିଟରରୁ ଅଧିକ ଦୂରତାରେ ଥିବା ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ସମ୍ପୂର୍ଣ୍ଣ ସ୍ବଦେଶୀ କ୍ଷେପଣାସ୍ତ୍ର ତିଆରି କରିବା ପରେ, ଭାରତ ଦୂରଗାମୀ ଆକାଶରୁ ଆକାଶ କ୍ଷେପଣାସ୍ତ୍ର ଉତ୍ପାଦନ କରିପାରୁଥିବା ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି। ଏହା ପୂର୍ବରୁ ଆମେରିକା, ରୁଷିଆ ଏବଂ ଫ୍ରାନ୍ସ ଭଳି ଦେଶ ପାଖରେ ଏହି ପ୍ରଯୁକ୍ତିବିଦ୍ୟା ଥିଲା। ଭାରତର ଏହି ପରୀକ୍ଷଣ ଦେଖି ଚାଇନା ଏବଂ ପାକିସ୍ତାନ ଛାନିଆ ହୋଇପଡ଼ିଛନ୍ତି।

ad-week
Leave A Reply

Your email address will not be published.