ଗ୍ରୀନ କାର୍ଡକୁ ନେଇ ଏଭଳି କହିଲେ ଉପରାଷ୍ଟ୍ରପତି, ବଢ଼ିଲା ପ୍ରବାସୀ ଭାରତୀୟଙ୍କ ଟେନସନ

add-all

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ‘ଗୋଲ୍ଡ କାର୍ଡ’ ପଦକ୍ଷେପର ପ୍ରସ୍ତାବ ପରେ, ଏବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଗ୍ରୀନ କାର୍ଡ ଧାରକଙ୍କ ଅଧିକାର ଉପରେ ମନ୍ତବ୍ୟ ଦେଇ ଏକ ନୂତନ ବିତର୍କ ଆରମ୍ଭ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଗୋଲ୍ଡ କାର୍ଡ ପଦକ୍ଷେପ ଧନୀ ବିଦେଶୀମାନଙ୍କ ପାଇଁ ପ୍ରବାସର ଏକ ସମ୍ପୂର୍ଣ୍ଣ ନୂତନ ପଦ୍ଧତି ସୃଷ୍ଟି କରିବ।

ଆମେରିକାରେ ସ୍ଥାୟୀ ବାସିନ୍ଦା କାର୍ଡକୁ ସରକାରୀ ଭାବରେ ଗ୍ରୀନ କାର୍ଡ କୁହାଯାଏ, ଯାହା ମାଧ୍ୟମରେ ବିଦେଶୀ ନାଗରିକମାନେ ଆମେରିକାରେ ରହିବା ଏବଂ କାମ କରିବାର ଅଧିକାର ପାଆନ୍ତି। ତେବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, “ଗ୍ରୀନ କାର୍ଡ କାହାକୁ ଆମେରିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବାର ଅଧିକାର ଦିଏ ନାହିଁ।” ସେ କହିଥିଲେ, “ଏହା ମତ ପ୍ରକାଶର ସ୍ୱାଧୀନତା ବିଷୟରେ ମଧ୍ୟ ନୁହେଁ, କିନ୍ତୁ ହଁ, ଆମେରିକାର ଜାତୀୟ ସୁରକ୍ଷା ବିଷୟରେ ଗ୍ରୀନ କାର୍ଡ଼ର ଭୂମିକା ରହିଛି। କିନ୍ତୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମେରିକୀୟ ନାଗରିକ ଭାବରେ, ଆମ ଦେଶରେ କାହାକୁ ରଖିବା ତାହା ଆମେ ନିଷ୍ପତ୍ତି ନେବା।”

ସେ ଆହୁରି କହିଛନ୍ତି, “ଯୁକ୍ତରାଷ୍ଟ୍ରର ଆଇନରେ କିଛି ପରିସ୍ଥିତି ଉଲ୍ଲେଖ ଅଛି ଯାହା ଅନୁଯାୟୀ ଗ୍ରୀନ କାର୍ଡ ମଧ୍ୟ ବାତିଲ କରାଯାଇପାରିବ। ଏଥିରେ ବ୍ୟକ୍ତିର ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି, ଦୀର୍ଘ ସମୟ ପାଇଁ ଦେଶରୁ ଅନୁପସ୍ଥିତି ଏବଂ ପ୍ରବାସ ନିୟମ ପାଳନ କରିବାରେ ବିଫଳତା ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଗୋଲ୍ଡ କାର୍ଡ ପଦକ୍ଷେପ ବିଦେଶୀ ନାଗରିକମାନଙ୍କୁ ଆମେରିକାରେ ରହିବା ଏବଂ କାମ କରିବାର ଅଧିକାର ଦେବ ଯାହା ପାଇଁ ସେମାନଙ୍କୁ ୫ ନିୟୁତ ପରିମାଣର ମୋଟା ଅଙ୍କର ଦେବାକୁ ପଡିବ।

ad-week
Leave A Reply

Your email address will not be published.