ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ହେମା ମାଳିନୀ

add-all

ଭୁବନେଶ୍ୱର: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ଶନିବାର ହୋଲି ଅବସରରେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି। ସୁବ୍ୟବସ୍ଥା ପାଇଁ ମୁଁ ଓଡ଼ିଶା ସରକାର, ଜନସାଧାରଣ, ରତିକାନ୍ତ ମହାପାତ୍ର ଧନ୍ୟବାଦ ଜଣାଉଛି।

ତେବେ ଗତ ଶୁକ୍ରବାର ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ad-week
Leave A Reply

Your email address will not be published.