କାଦୁଅ ହୋଲିରେ ମସଗୁଲ୍ ହେଲେ ଛାତ୍ରଛାତ୍ରୀ

add-all

ରାଉରକେଲା: ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବ ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳୁଛନ୍ତି । ସବୁଠି ଜମୁଛି ରଙ୍ଗର ମାହୋଲ ।

ହେଲେ ଏହାରି ଭିତରେ ରାଉରକେଲା ଏନଆଇଟି ପରିସରରେ ଜମିଛି ଅନନ୍ୟ ରଙ୍ଗର ଉତ୍ସବ। ଏଠି ରଙ୍ଗ ନୁହେଁ, କାଦୁଅରେ ହୋଇଛି ହୋଲି ଖେଳ। ପରସ୍ପରକୁ କାଦୁଅ ଲଗାଇ ହୋଲିର ମଜା ନେଇଛନ୍ତି ଛାତ୍ରଛାତ୍ରୀ । ଏହି ମାଟିର ହୋଲି ଖେଳକୁ ଛାତ୍ରଛାତ୍ରୀମାନେ ଖୁବ୍ ମନଭରି ଉପଭୋଗ କରିଛନ୍ତି। ଛୋଟରୁ ବଡ଼ ପୁଅ ଝିଅ ସମସ୍ତେ ମିଶି ହୋଲିରେ ଏକ ହୋଇ କାଦୁଆରେ ହୋଲି ଖେଳିଥିଲେ। ଏନଆଇଟି ରେ ପାଠ ପଢୁଥିବା ହଜାର ହଜାର ପିଲା ମାନେ ଆଜି ଏଭଳି ଅନନ୍ୟ ହୋଲି ଖେଳିଛନ୍ତି।

ରାଜ୍ୟ, ଦେଶ ଓ ବିଦେଶର ବହୁ ଛାତ୍ରଛାତ୍ରୀ ଆଜି କୄତ୍ରିମ କାଦୁଆ ପୋଖରୀ କରି ସେଥିରେ ହୋଲି ଖେଳିଥିଲେ। ତେବେ ଏହା ପ୍ରଥମ ନୁହେଁ ଗତ ବର୍ଷା ମଧ୍ୟ ସମାନ ଢଙ୍ଗରେ ହୋଲି ଖେଳୁଥିଲେ ଛାତ୍ରଛାତ୍ରୀ। ଆଉ ଏବର୍ଷ ମଧ୍ୟ ସମ୍ମାନ ପରମ୍ପରା ବଜାୟ ରଖି କେମିକାଲ ରଙ୍ଗ ଅବିର ଠାରୁ ଦୂରେଇ ଯାଇ ପାରମ୍ପରିକ ମାଟି ହୋଲିର ମଜା ଉଠେଇଛନ୍ତି ଛାତ୍ରଛାତ୍ରୀ।

ad-week
Leave A Reply

Your email address will not be published.