୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

add-all

କନ୍ଧମାଳ: ମାତିଛନ୍ତି ଗଞ୍ଜେଇ ମାଫିଆ। ୭୩ କେଜି ଗଞ୍ଜେଇ ଜବତ। କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ପୋଲିସକୁ ଦେଖି ଖସି ପଳାଇଥିଲେ।

କ.ନୂଆଗାଁ ଥାନା ଅଧିକାରୀ ଅଶୋକ ହାଁସଦା ଙ୍କ ନେତୃତ୍ୱରେ ଏକ ଟିମ ସଅବାଲି ଜଙ୍ଗଲରେ ଚଢ଼ାଉ କରିଥିଲା। ଏହି ଚଢାଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇଛି। କିନ୍ତୁ ସମସ୍ତ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ।

ଅନ୍ୟପଟେ ଆଜି ରାୟଗଡ଼ା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ଧରା ପଡିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଭ୍ୟାନ୍, ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଏଥିସହ ୬ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ।

ad-week
Leave A Reply

Your email address will not be published.