ଜଳନ୍ଧରରେ ଗ୍ରେନେଡ୍ ଆକ୍ରମଣ, ନିଜକୁ ଦାୟୀ କଲା ପାକିସ୍ତାନୀ ଗ୍ୟାଙ୍ଗଷ୍ଟର

add-all

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଏକ ଘର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ ଭଟ୍ଟି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । 

ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଆକ୍ରମଣର ଦାୟିତ୍ୱ ନେଇଛନ୍ତି । ଶହଜାଦ ଭଟ୍ଟି କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ଘରେ ଆକ୍ରମଣ ହୋଇଥିଲା, ତାଙ୍କ ଆଖପାଖ ସହଯୋଗୀମାନେ ଇସଲାମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଆମେ ଚୁପ୍ ବସିବୁ ନାହିଁ। ଯଦି ସେମାନଙ୍କୁ ସେଠାରେ ଗିରଫ କରା ନଯାଏ, ତେବେ ଆମେ ଆକ୍ରମଣ ଜାରି ରଖିବୁ।

ଗତକାଲି ଅମୃତସରର ଖଣ୍ଡୱାଲା ଅଞ୍ଚଳରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ନିକଟରେ ଥିବା କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଝରକା କାଚ ଭାଙ୍ଗି ଯାଇଥିଲା। ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ବିସ୍ଫୋରଣ ପାକିସ୍ତାନୀ ଆଇଏସ୍ଆଇ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଅମୃତସର ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲର କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ଖବର ପାଇ ପୁଲିସ ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ad-week
Leave A Reply

Your email address will not be published.