ଶାହାଙ୍କ ଗସ୍ତକୁ ନେଇ ସମ୍ବଲପୁର ଏମସିଏଲ୍‌ରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ବୁର୍ଲା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତକୁ ନେଇ ଆଜି ସମ୍ବଲପୁର ଏମସିଏଲ୍‌ରେ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇଛନ୍ତି । ଏହା ସହ ୫ ସଂସଦୀୟ କ୍ଷେତ୍ର ଜିଲ୍ଲା ସଭାପତି ସାମିଲ ଅଛନ୍ତି । ତେବେ ଆସନ୍ତା ୨୨ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଙ୍କର ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି।୨୨ରେ ସମ୍ବଲପୁର ଏବଂ ୨୩ରେ ଭୁବନେଶ୍ବର ଏବଂ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବୈଠକରେ ଆଲୋଚନା ହୋଇଛି।

nis-ad
Leave A Reply

Your email address will not be published.