ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା

add-all

ପାଟନା: ହୋଲି ପାଳନ ବେଳେ ଭୁଲିଗଲେ ନିୟମ। ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା। ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଉପରେ ୪ହଜାର ଟଙ୍କା ଜରିମାନା ଲାଗିଛି।
ହେଲମେଟ ନଥିବା ସହ ଗାଡ଼ିର ବୀମା ଏବଂ ପ୍ରଦୂଷଣ ପ୍ରମାଣପତ୍ର ମିଆଦ ଶେଷ ହୋଇଥିବା ଜଣାପଡ଼ିବା ପରେ ପାଟନା ଟ୍ରାଫିକ୍ ପୁଲିସ ଚାଲାଣ କାଟିଛି। ଯାଦବ ଦୁଇ ଚକିଆ ଗାଡ଼ି ଚଲାଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆରଜେଡି ନେତା ହେଲମେଟ ନପିନ୍ଧି ଦୁଇ ଚକିଆ ଗାଡ଼ି ଚଲାଉଥିବାର ଦେଖାଯାଉଛି ଏବଂ ଅନ୍ୟ ଜଣେ ତାଙ୍କ ପଛପଟେ ବସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଉଛନ୍ତି। ଏହା ସହ ସ୍ଲୋଗାନ ଦେଉଛନ୍ତି…’ପଲଟୁ ଚାଚା କିଏ?’ ଏଭଳି କହି ସେ ବିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.