୧୬ କୋଟି ଜରିମାନା ଛାଡ଼ ପାଇଁ ୭ କୋଟି ଲାଞ୍ଚ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ନାଁରେ ମାମଲା

add-all

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟ(ଆପ୍‌)ର ବରିଷ୍ଠ ନେତା ସତ୍ୟେନ୍ଦର ଜୈନଙ୍କ ନାଁରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ଶାଖା(ଏସିବି)। ଆପ୍‌ ସରକାର ସମୟରେ ୫୧୭ କୋଟିର ସିସିଟିଭି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ସତ୍ୟେନ୍ଦର ୭ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ଏସିବି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଦୁର୍ନୀତିକୁ ନେଇ ଏବେ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଛି। ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଷଡ଼ଯନ୍ତ୍ର କରିଥିବା ଆପ୍‌ ଅଭିଯୋଗ କରିଥିବାବେଳେ ସତ୍ୟେନ୍ଦର ଲାଞ୍ଚ ନେଇଥିବା ବିଜେପି ଅଭିଯୋଗ ଆଣିଛି।
ଏସିବିର ଯୁଗ୍ମ ଆୟୁକ୍ତ ମାଧୁର ବର୍ମା କହିଛନ୍ତି, ସତ୍ୟେନ୍ଦରଙ୍କ ନାମରେ ମଙ୍ଗଳବାର ଏତଲା ରୁଜୁ ହୋଇଛି। ସିସିଟିଭି କ୍ୟାମେରା ପ୍ରକଳ୍ପ କାର୍ଯ୍ୟକାରୀରେ ବିଳମ୍ବ ଯୋଗୁ ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ(ବିଇଏଲ) ଉପରେ ଲାଗୁ ହୋଇଥିବା ୧୬ କୋଟି ଟଙ୍କାର ଜରିମାନାକୁ ସତ୍ୟେନ୍ଦର ଛାଡ଼ କରିଦେଇଥିଲେ। ୭ କୋଟି ଟଙ୍କା ଲାଞ୍ଚ ନେଇ ସେ ୧୬ କୋଟି ଛାଡ଼ କରିଥିବା ଅଭିଯୋଗ ହୋଇଥିଲା।

ad-week
Leave A Reply

Your email address will not be published.