ଆବାସ ସର୍ଭେ କରିବାକୁ ଗାଁକୁ ଯାଇଥିଲେ ଡବ୍ଲୁଇଓ, ମରଣାନ୍ତକ ଆକ୍ରମଣ କଲେ ୨ ଯୁବକ

add-all

ଉଦଳା: ଗାଁକୁ ଆବାସ ସର୍ଭେ କରିବାକୁ ଯାଇଥିଲେ ସରକାରୀ ଅଧିକାରୀ । ହେଲେ ତାଙ୍କ ସହ ଗାଁରେ ଏମିତି କିଛି ଘଟିବ ସେ ଭାବିନଥିଲେ । ଡବ୍ଲୁଇଓଙ୍କ ଉପରେ ଅଶାଳୀନ ଗାଳିଗୁଲଜ ସହ ନିର୍ଘାତ ମାଡ଼ ବର୍ଷିଥିଲା । ଠୋ ଠୋ ଚାପୁଡ଼ା ସାଙ୍ଗକୁ ତଣ୍ଟି ଚିପିଦେଲେ ଡବ୍ଲୁଇଓଙ୍କର । ଏଭଳି ଅଭାବନୀୟ ଘଟଣା ଗୋପବନ୍ଧୁ ନଗର ବ୍ଲକ ଆରପଟା ଗାଁରେ ଘଟିଛି ।

ଆବାସ ସର୍ଭେ କରିବାକୁ ଯାଇଥିଲେ, ହେଲେ ଅଚାନକ ଦୁଇ ଯୁବକ କରିଲେ ମରଣାନ୍ତକ ଆକ୍ରମଣ । ଗୋପବନ୍ଧୁ ନଗର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଦୁଇ ଯୁବକ କରିଛନ୍ତି ଆକ୍ରମଣ । ଡବ୍ଲୁଇଓ ସତ୍ୟଭାନୁ ସର୍ଦାର ସିଂ ଆବାସ ସର୍ଭେ କରିବା ପାଇଁ ଆରପଟା ଗାଁକୁ ଯାଇଥିଲେ । ସର୍ଭେ ସମୟରେ ମଧ୍ୟାହ୍ନରେ ଏକ ହୋଟେଲକୁ ଖାଇବା ନିମନ୍ତେ ଯାଇଥିବା ବେଳେ ହଠାତ ଦୁଇ ଜଣ ଯୁବକ ସେଠାରେ ପହଞ୍ଚି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ପରେ ତାଙ୍କୁ ପେଲା ଠେଲା କରିବା ସହିତ ଜଣେ ଯୁବକ ଡବ୍ଲୁଇଓଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ।

ଏହି ଆକ୍ରମଣରେ ତାଙ୍କ ଆଖି ଏବଂ ଛାତିରେ ଆଘାତ ହୋଇଛି । ଏହା ସହିତ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ବେକ ମଧ୍ୟ ଚିପିଥିଲେ । ପରେ ତାଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଛଡେଇ ନେଇଛନ୍ତି । ତେବେ ଟିକାୟତପୁର ବାଳିକା ବିଦ୍ୟାଳୟରେ ୱାଚମ୍ୟାନ ବଦଳି ପାଇଁ ବାରମ୍ବାର କହିଥିବା ବେଳେ ତାହା ହୋଇ ନ ଥିବାରୁ ଉକ୍ତ ଘଟଣାରେ ରାଗ ରଖି ଏଭଳି ଆକ୍ରମଣ ହୋଇଥିବା କହିଛନ୍ତି ଡବ୍ଲୁଇଓ । ଅନ୍ୟପଟେ ଏ ନେଇ ଥାନାରେ ଅଭିଯୋଗ କରାଯାଇଥିବା କହିଛନ୍ତି ବିଡ଼ିଓ ।

ad-week
Leave A Reply

Your email address will not be published.