ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ

add-all

ଭୁବନେଶ୍ୱର : ରାଉରକେଲାରେ ହେଉ ରେଳବାଇ ଡିଭିଜନ, ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ବରିତ କରାଯାଉ ଏବଂ ଏୟାରପୋର୍ଟର ଉନ୍ନତିକରଣ ଓ ସମ୍ପ୍ରସାରଣ କରାଯାଉ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ତିନିଟି ଦାବି ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ  । ଏହାସହ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ରାଉରକେଲା ଓ ଏହାର ଆଖପାଖ ଜିଲ୍ଲା ରେଳବାଇ ଭଲ ରାଜସ୍ୱ ଦେଉଛି । କିନ୍ତୁ ସେହି ଅଂଚଳରେ ରେଳବାଇର ଭଲ ଭିତ୍ତିଭୂମି ଓ ଭଲ ଯାତ୍ରୀସେବା ନାହିଁ । ତେଣୁ ପୂର୍ବତଟ ରେଳବାଇ ଅଧୀନରେ ରାଉରକେଲାରେ ଏକ ନୂଆ ରେଳବାଇ ଡିଭିଜନ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ଦିଲ୍ଲୀପ ରାୟ । ସେହିପରି ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ୩୦ ହଜାର କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ଠପ୍ ହୋଇ ରହିଛି । ତେଣୁ ସେଲ୍ ଅଧୀନରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ତ୍ବରିତ ସମ୍ପ୍ରସାରଣ ପାଇଁ ଦାବି ରଖିଛନ୍ତି ଦିଲ୍ଲୀପ ରାୟ।

ଶିଳ୍ପ, ଶିକ୍ଷା ଓ କ୍ରୀଡ଼ାକୁ ନେଇ ରାଉରକେଲା ଏକ ବଡ଼ ସହର । ରାଉରକେଲାରେ ଏୟାରପୋର୍ଟ ମଧ୍ୟ ଅଛି। କିନ୍ତୁ ଏୟାର ପୋର୍ଟଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ତେଣୁ ରାଉରକେଲା ଏୟାରପୋର୍ଟର ଉନ୍ନତିକରଣ ସହ ଏହାର ସମ୍ପ୍ରାସାରଣ କରି ଏହାକୁ 4C କ୍ୟାଟାଗୋରୀର ଏୟାର ପୋର୍ଟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ଦିଲ୍ଲୀପ ରାୟ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଉରକେଲାର ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଦିଲ୍ଲୀପ।

ad-week
Leave A Reply

Your email address will not be published.