ଆସିକା ପଣ୍ୟାଗାର କର୍ମଚାରୀଙ୍କୁ ଧମକ ଦେଇଥିବା ମିଲେରଙ୍କୁ ଏବେ ଘାରିଛି ଗିରଫ ଭୟ…

ଆପୋଷ ବୁଝାମଣା ପାଇଁ ଚାଲିଛି ବଡ ଧାରଣର ଡିଲ…!!

କର୍ମଚାରୀ ଗାଲକୁ ଚାପଡ଼ା ମାରିବା ଭିଜୁଆଲ ହୋଇଛି ଭାଇରଲ…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣୋଳି ସ୍ଥିତି କେନ୍ଦ୍ରୀୟ ପଣ୍ୟାଗାର ରେ ଗତ ଏକ ସପ୍ତାହ ହେଲା ମିଲ ମାଲିକ ଓ ପଣ୍ୟାଗାର କର୍ମଚାରୀ ଙ୍କ ମଧ୍ୟ ରେ ଚାଉଳ ର ଗୁଣାତ୍ମକ କୁ ନେଇ ବିବାଦ ଲାଗିରହିଛି। ଶନିବାର ଦିନ ଠାରୁ ମିଲେର ଓ କର୍ମଚାରୀ ମାନଙ୍କ ମଧ୍ୟରେ ତିକ୍ତତା ବଢ଼ି ଯାଇଥିଲା। ମିଲେରଙ୍କ ଚାଉଳ ଗୋଦାମ ରେ ରଖିବାକୁ ନେଇ ହୋଇଥିବା ବଳ କଷାକସି ରେ କର୍ମଚାରୀ ମାନେ ଅତିଷ୍ଠ ହୋଇ ଶେଷରେ ମିଲେର ମାନଙ୍କ ଦାଦାଗିରି ର ମୋବାଇଲ ରେ ଭିଡିଓ ଉତ୍ତୋଳନ କରିବା ପରେ ଉତ୍ତେଜିତ ହୋଇ କିଛି ମିଲେର ଉକ୍ତ ଭିଜୁଆଲ ଡିଲିଟ କର ନଚେତ ବାହାରକୁ ଗଲେ ମାଡ଼ ମରାଯିବ କହିବା ପରେ କର୍ମଚାରୀଙ୍କ ଗାଡ଼ି ଠେଲି ଦେବା ପରେ ଭୟଭୀତ ହୋଇ କର୍ମଚାରୀ କୋଠେରୀ ଭିତରକୁ ଚାଲିଗଲେ। କର୍ମଚାରୀଙ୍କୁ କୁଆଡ଼େ ଯାଞ୍ଜ ନକରି ଚାଉଳ ରଖିବାକୁ ବାଧ୍ୟ କରାଯିବା ଯୋଗୁଁ ସେ ବାରଣ୍ଡା ରେ ଯାଞ୍ଜ କରିବା ପରେ ଗୋଦାମ କୁ ନିଆଯିବ କହିବା ପରେ ଦୁଇଜଣ ମିଲେର କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହେବା ଓ ମାଡ଼ ମରାଯିବ ବୋଲି କହୁଥିବା ଭିଡିଓ ଏବେ ଭାଇରଲ ହେଉଛି। ଭିଜୁଆଲ ଭାଇରଲ ହେବା ଓ ପ୍ରଶାସନ ନିକଟରେ ପହଁଞ୍ଚିବା ପରେ ମିଲେରଙ୍କୁ ଗିରଫ ଭୟ ଘାରିଥିବା ଚର୍ଚ୍ଚା ହେଉଛି। ଧମକ ଚମକ ଦେଇଥିବା ପ୍ରଭାବଶାଳୀ ଦୁଇ ମିଲେର ଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଉକ୍ତ ଘଟଣା କୁ ରଫାଦଫା ପାଇଁ ଗୁପ୍ତ ବୈଠକ କରି ବଡ଼ଡ଼ିଲ ଚାଲିଥିବା ନେଇ ଏବେ ଆଲୋଚନା ର ବିଷୟ ହେଉଛି। ଦୁର୍ବ୍ୟବହାରର ଶିକାର ହୋଇଥିବା ଓ କୋଠରୀରେ ଦୀର୍ଘ ସମୟ ବନ୍ଦୀ ହୋଇଥିବା କର୍ମଚାରୀ ଙ୍କୁ ନ୍ୟାୟ କଣ ମିଳୁଛି ତାହା ଦେଖିବାକୁ ବାକି ରହିଲା । ମାଡ଼ ମାରିବାକୁ ଧମକ ଦେଇଥିବା ଓ ଧକ୍କା ମାରିଥିବା ମିଲେରଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରଶାସନ ର ଏତେ ଭୟ କାହିଁକି….? କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ କାହା ଛତ୍ରଛାୟା ତଳେ ଏହି ମିଲର ବୋଲି ସାଧାରଣ ରେ ଅନେକ ପ୍ରଶ୍ନ ଉଠୁଛି l ଏଠାରେ ସୂଚନା ଥାଉକି ଜିଲ୍ଲାରେ ବର୍ତ୍ତମାନ ମାଫିଆ ମାନଙ୍କ ରାଜୁତି ଚାଲୁଛି ସେ ବାଲି, ମଦ କିମ୍ବା ଖଣି ମାଫିଆ ହୁଅନ୍ତୁ ଏମାନଙ୍କ କାହାକୁ ଖାତିର ନାହିଁ ଜିଲ୍ଲା ମୁଖିଆ ଗଭୀର ନିଦରେ ତାଙ୍କ କର୍ମଚାରୀ ବି ଏବେ ସୁରୁକ୍ଷିତ ନୁହନ୍ତି l ଜିଲ୍ଲା ମୁଖିଆ ଙ୍କ ପାଇଁ ପୋଲିସ ବିଭାଗ ଉପରକୁ ଉଠୁଛି ଆଙ୍ଗୁଠି ପଣସ ଖାଉଛି କିଏ ନାମ ନେଉଛି କିଏ…? ଦେଖା ଯାଉ ରାଜ୍ୟ ସରକାର ଏହାକୁ ନେଇ କଣ ପଦକ୍ଷେପ ନେଉଛନ୍ତି କାରଣ ଜିଲ୍ଲା ପ୍ରଶାସନ ଏବେ କୋମାରେ..!

nis-ad
Leave A Reply

Your email address will not be published.