ଭିନ୍ନ ମୋଡ଼ ନେଲା ବିବାଦ; ଯୁବତୀଙ୍କୁ ଗ୍ରହଣ କଲେ ଓଏଏସ୍ ଅଫିସରଙ୍କ ପରିବାର 

add-all

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କ ପ୍ରେମ ବ୍ୟାପାରରେ ପଡିଲା ପୂର୍ଣ୍ଣଚ୍ଛେଦ। ଜଗତସିଂପୁରର ଜଣେ (ଓଏଏସ୍) ଅଧିକାରୀଙ୍କ ପରିବାର ସଦସ୍ୟମାନେ ବହୁ ବାଦବିବାଦ ପରେ ଆଦିବାସୀ ଯୁବତୀଙ୍କୁ ଘରର ବୋହୂ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଯାହାକୁ ସେ ପ୍ରାୟ ତିନି ମାସ ପୂର୍ବେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିବା ପରେ ପରିତ୍ୟାଗ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଜଗତସିଂପୁର ଜିଲ୍ଲାର ଆଲବର୍ଟ ହାଂସଦା କେନ୍ଦୁଝରର ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଓଏଏସ୍ ପାଇବା ପରେ ସେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଏପରିକି ତାଙ୍କୁ ଗର୍ଭ ନଷ୍ଟ ପାଇଁ ବାଧ୍ୟ କରିଥିବା ନେଇ ମଧ୍ଯ ଅଭିଯୋଗ ହୋଇଥିଲା।

ବହୁବିବାଦ ପରେ ବର୍ତ୍ତମାନ ଅଧିକାରୀଙ୍କ ପରିବାର ସଦସ୍ୟମାନେ ମହିଳାଙ୍କୁ ଘରକୁ ଆଣିବାକୁ ରାଜି ହୋଇଛନ୍ତି। ରିପୋର୍ଟ ଅନୁସାରେ, ସ୍ଥାନୀୟ ପୋଲିସ ଷ୍ଟେସନରେ ମହିଳାଙ୍କ ବୟାନକୁ ପରେ ପରିବାର ଏହି ନିଷ୍ପତ୍ତି ନେଇଛନ୍ତି।

ad-week
Leave A Reply

Your email address will not be published.