କେନ୍ଦୁଝର : ମୁଁ ଭାବୁଛି ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି । ବାପ ପୁଅ ଏକାଠି ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଠିକ ଭାବେ ଗ୍ରହଣ କରେ ନାହିଁ । ଆଜି କେନ୍ଦୁଝରରେ ଏକ ସଭାରେ କହିଲେ ନିରଞ୍ଜନ ପଟ୍ଟନାୟକ । ଗୋଟିଏ ମଞ୍ଚରେ ବସିଥିଲେ ନିରଞ୍ଜନ ପଟ୍ଟନାୟକ ଏଵଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଏପଟେ ନିରଞ୍ଜନ ପଟ୍ଟନାୟକ କହିଲେ ବୟସ ହେଇଗଲାଣି, ପୁଅକୁ ଛାଡ଼ିବି ରାସ୍ତା । ସେପଟେ ଜୟଦେବ ଜେନା କହିଲେ ଆମେ ଆମ ଘରର ମୁଖିଆ ନିରଞ୍ଜନଙ୍କୁ ଛାଡ଼ିବୁ ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାରେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଲେ ବାପା ଆମ ଆଦର୍ଶ । ତାଙ୍କ ପରି ପରିଶ୍ରମ ଆମେ କରିପାରିବୁ ନାହିଁ । ରାଜନୀତିରେ ନିରଞ୍ଜନ ପଟ୍ଟନାୟକଙ୍କ ବିନା କଂଗ୍ରେସ ଆଗକୁ ବଢ଼ିପାରିବ ନାହିଁ ।
