ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

add-all

ଭୁବନେଶ୍ୱର: ନ୍ୟୁଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟଫର ଲକ୍‍ସନ, ତେ ପୁକେଙ୍ଗା-ନିଉଜିଲାଣ୍ଡ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସ୍କିଲ୍‍ସ ଆଣ୍ଡ ଟେକ୍ନୋଲୋଜିର ମୁଖ୍ୟ କାର୍ଯ୍ୟନିର୍ବାହୀ ଗସ ଗିଲମୋର, ନ୍ୟୁଜିଲାଣ୍ଡ ଟ୍ରେଡ୍‍ ଆଣ୍ଡ ଏଣ୍ଟରପ୍ରାଇଜର କନସୁଲ ଜେନେରାଓ ଓ ଟ୍ରେଡ୍‍ କମିଶନର ଗ୍ରାହମ ରାଉଜ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ରିଲେସନ୍‍ସ ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ବୁଝାମଣା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ମିଳିତ ଗବେଷଣା ଏବଂ ଅଧ୍ୟାପକ ବିନିମୟ ପାଇଁ ନୂତନ ପଥ ଖୋଲିବ, ଯାହା ଦ୍ୱାରା ଶୈକ୍ଷିକ ଉତ୍କର୍ଷତା ଏବଂ ବିଶ୍ୱସ୍ତରୀୟ ପରିଚିତି ବୃଦ୍ଧି ପାଇବ। ଏହା ସହିତ ଦକ୍ଷତା ବିକାଶ, ଏଆଇ ସମନ୍ୱୟ ଏବଂ ବୃତ୍ତିଗତ ଶିକ୍ଷା ଉପରେ ଭାରତର ଅଧିକ ଧ୍ୟାନ ସହ ଏହି ବୁଝାମଣା ଭବିଷ୍ୟତର କର୍ମଶକ୍ତି ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ବୁଝାମଣା ସମୟରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ନିଶ୍ଚିତ ସାର୍ଥକ ଫଳାଫଳ ପ୍ରଦାନ କରିବ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।

ସେହିପରି ନୂଆଦିଲ୍ଲୀଠାରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍‍ କ୍ରିଷ୍ଣାମୂର୍ତ୍ତିଙ୍କ ସହ ଏକ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଶିକ୍ଷା ଜରିଆରେ କରାଯାଇଥିବା ସାମାଜିକ ପରିବର୍ତ୍ତନର ପ୍ରଶଂସା କରିଥିଲେ।

ad-week
Leave A Reply

Your email address will not be published.