ପାକିସ୍ତାନରେ ଚିନି କିଲୋ ୧୮୦ ଟଙ୍କା

add-all

ଇସଲାମାବାଦ : ପାକିସ୍ତାନରେ ଚିନି ମୂଲ୍ୟ ନିୟମିତ ବ୍ୟବଧାନରେ ବଢିଚାଲିଛି। ଚିନିର ବିକ୍ରି ମୂଲ୍ୟ ଉପରେ ସରକାର କଟକଣା ଲାଗୁ କରିଥିଲେ ସୁଦ୍ଧା ଏହା ପ୍ରଭାବଶୂନ୍ୟ ପ୍ରମାଣିତ ହୋଇଛି। ଖୋଲା ବଜାରରେ ଚିନି କିଲୋ ପିଛା ସର୍ବାଧିକ ୧୩୦ ଟଙ୍କାରେ ବିକ୍ରି କରାଯିବ ବୋଲି ନିର୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ପାକିସ୍ତାନ ମାର୍କେଟରେ ଏହା କିଲୋ ପିଛା ୧୮୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚିନିର ବିକ୍ରି ମୂଲ୍ୟ ଉପରେ କଟକଣା ଲାଗୁ କରିବା ଫଳରେ ଏହା କିଲୋ ପିଛା ୧୬୮ରୁ ୧୫୮ ଟଙ୍କାକୁ ହ୍ରାସ ପାଇଥିଲା। ତେବେ ରମଜାନ ମାସ ଆରମ୍ଭ ହେବାପରେ ଏହା ପୁଣି ୧୮୦ ଟଙ୍କାକୁ ବୃଦ୍ଧି ପାଇଛି।

ad-week
Leave A Reply

Your email address will not be published.