ଭୁବନେଶ୍ୱର : ଚାଲିପାରୁନି ବିଧାନସଭା । ବିରୋଧୀଙ୍କ ପ୍ରବଳ ହଟ୍ଟଗାଳ । ବାରମ୍ବାର ଗୃହ ମୁଲତବୀ । ବିଧାନସଭା ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଦାୟୀ କଲା ବିଜେପି । ବିରୋଧୀଙ୍କ ହୋହଲ୍ଲା ଯୋଗୁ ବିଧାନସଭା ଚାଲିପାରୁନି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ବିରୋଧୀ ଲକ୍ଷ୍ମଣ ରେଖା ଉଲଙ୍ଘନ କରୁଛନ୍ତି । କଂଗ୍ରେସର ଏଭଳି ଆଚରଣକୁ ଓଡ଼ିଶାବାସୀ କ୍ଷମା ଦେବେନି । ବାଚସ୍ପତିଙ୍କ ପୋଡ଼ିୟମରେ ଚଢ଼ି ଘଣ୍ଟି ବଜାଇବା ଅଶୋଭନୀୟ। ଘଣ୍ଟି ଓ ଗିନି ବଜାଇବା ସ୍ଥାନ ବିଧାନସଭା ନୁହେଁ । ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କୁ ଆଲୋଚନା ପାଇଁ ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ଇଞ୍ଜିନିୟରିଂ ଓ ମେଡିକାଲରେ SC, ST ଏବଂ ଓବିସିକୁ ଉପଯୁକ୍ତ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି। ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ଦାବି କରାଯାଇଛି । ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଘଣ୍ଟ ଓ ଗିନି ବଜାଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ ବିଧାୟକ । ଅପରାହଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ।
