କ୍ରିକେଟ ମ୍ୟାଚ ବେଳେ ତାମିମ ଇକବାଲଙ୍କୁ ହୃଦଘାତ

add-all

ଢାକା ପ୍ରିମିୟର ଲିଗ(ଡିପିଏଲ) ମ୍ୟାଚ ସମୟରେ ବାଂଲାଦେଶୀ ଖେଳାଳି ତାମିମ ଇକବାଲ ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ ସପୋର୍ଟ ବ୍ୟବସ୍ଥା ମଧ୍ୟରେ ରଖି ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ଡିପିଏଲରେ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ଏବଂ ଶିନେପୁକୁର କ୍ରିକେଟ କ୍ଲବ ମଧ୍ୟରେ ମ୍ୟାଚ ଚାଲିଥିଲା। ଏହି ମ୍ୟାଚ ଚାଲିଥିବାବେଳେ ତାମିମ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଫାଜିଲାତୁନ୍ନେସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଢାକା ନେବାକୁ ଯୋଜନା ହୋଇଥିଲା। ମିନ୍ତୁ ଠିକ ସମୟରେ ହେଲିକପ୍ଟର ଉଡ଼ି ନ ଥିଲା। ଫଳରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ବଡ଼ ଧରଣର ହୃଦଘାତ ହୋଇଥିବା ଡାକ୍ତରମାନେ କହିଛନ୍ତି। ତାମିମ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ଲାଗି ୨୦୨୩ ଜୁଲାଇରେ ଘୋଷଣା କରିଥିଲେ। କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ହସ୍ତକ୍ଷେପ ଯୋଗୁ ସେ ନିଜ ନିଷ୍ପତ୍ତି ବଦଳାଇଥିଲେ। ତାମିମ ବାଂଲାଦେଶ ପାର୍ଇ ୭୦ଟି ଟେଷ୍ଟ ମ୍ୟାଚ, ୨୪୩ ଦିନିକିଆ ଏବଂ ୭୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

ad-week
Leave A Reply

Your email address will not be published.