ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

add-all

କଣ୍ଟାବାଞ୍ଜି: ବଲାଂଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ସ୍ୱାମୀ-ସ୍ତ୍ରୀ ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ପ୍ରେମରାଜ ମାଝୀ ଓ ତାଙ୍କର ସ୍ତ୍ରୀ ଭାନୁମତୀ ମାଝୀ।

ସୂଚନା ଅନୁସାରେ ମୁରିବାହାଲ ଥାନା ଗୁଡିଘାଟ ଗାଁର ବାସିନ୍ଦା ହେଉଛନ୍ତି ପ୍ରେମରାଜ ମାଝୀ। ସେ ୨୦୧୯ରେ ଭାନୁମତୀଙ୍କୁ ବିବାହ କରିଥିଲେ। ବିବାହକୁ ୬ ବର୍ଷ ବିତିଥିଲେ ମଧ୍ୟ ତାଙ୍କର ପାରିବାରିକ ସଂସାର ଭଲରେ ଚାଲିଥିଲା। ଆଜି ସେମାନେ ଘରୁ ବାହାରିବାର ଗାଁ ଲୋକେ ଦେଖି ନଥିଲେ। ଘଣ ଭିତରପଟରୁ କବାଟ ବନ୍ଦ ଥିଲା। ଦିନସାରା ନଖୋଲିବା ପରେ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା।

ଏନେଇ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରକୁ ପ୍ରବେଶ କରିଥିଲା। ଘର ଭିତରେ ସ୍ବାମୀ-ସ୍ତ୍ରୀଙ୍କର ମୃତଦେହ ପଡ଼ିଥିଲା। ଏହାକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ଘଟିବା ପରେ ଏବେ ନାନା କଥା ଚର୍ଚ୍ଚା ହେଉଛି। ସାଇଣ୍ଟିଫିକ ଟିମ ପହଁଚିଲା ପରେ ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ad-week
Leave A Reply

Your email address will not be published.