ପୁଣି ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲରା ୧୭ ଜଣ ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମାର ବାସାଗୁଡା ଥାନା ଅଂଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି।

ବିସ୍ବସ୍ତ ସୂତ୍ରରୁ ଖବର ପାଇ ବିଜାପୁର ଡିଆରଜି, କୋବ୍ରା ଯବାନ, ସିଆରପିଏଫ ଯବାନ ଟେକମେଟା ଜଂଗଲରେ ଚଢାଉ କରିଥିଲେ। ଆଜି ସକାଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତ ଦେହକୁ ଠାବ କରିଥିଲେ ଯବାନ। ଏଥିସହ ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ।

ମୃତ ନକ୍ସଲକୁ ଚିହ୍ନଟ କରାଯାଇଛି। ଜଗରଗୁଣ୍ଡା ଏରିଆ କମିଟିର ନରସାପୁର ଆରପିସି ଅଧ୍ୟକ୍ଷ କନ୍ନା ଝାଡି। ମୃତ ନକ୍ସଲ ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। କନ୍ନା ଝାଡି ନାମରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ମୃତ ନକ୍ସଲ ନାମରେ ବିଭିନ୍ନ ଥାନାରେ ବହୁ କେଶ ରହିଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.