ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

add-all

ଢେଙ୍କାନାଳ: ଢେଙ୍କାନାଳ କମଲାଙ୍ଗ ପଞ୍ଚାୟତ କମଲାଙ୍ଗ ବରସାହିରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅନନ୍ତ ନାହାକ, ରଜନୀ ପେଣ୍ଠି ଏବଂ ଅନନ୍ତ ନାୟକ। ଝାଡାବାନ୍ତିରେ ଆଉ ଏକ ଗାଁର ୧୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।ଏଥିରୁ ୫ ଜଣ ଗୁରୁତର ହୋଇ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।ଝାଡାବାନ୍ତିରେ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। ଅନେକ ଘର ଖାଲି ପଡିଛି।ଘରୁ କେହି ପଦାକୁ ବାହାରୁନାହାନ୍ତି।ଝାଡାବାନ୍ତିକୁ ନେଇ ପୁରା ଗାଁରେ ତାଟି କବାଟ ପଡିଯାଇଛି। ଝାଡ଼଼ାବାନ୍ତି ବ୍ଯାପିବାକୁ ନେଇ ଲୋକେ ଗାଁରେ ପୂଜାର୍ଚ୍ଚନା କରୁଛନ୍ତି।

ad-week
Leave A Reply

Your email address will not be published.