ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

add-all

ଭୁବନେଶ୍ୱର: ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କର ସମୟସୀମା । ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ। ଫଳରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି।

କହିରଖୁଛୁ ଯେ, ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେୱାଇସି କରାଇବା ବଧ୍ୟତାମୂଳକ ରହିଥିଲା। ତେବେ ରାସନକାର୍ଡ ସହ ଆଧାର ଲିଙ୍କ ହେବା ପରେ ନକଲି ରାସନ କାର୍ଡ ଗୁଡିକ ଧରାପଡିଯିବ ବା କଟିଯିବ । ଏହାଦ୍ୱାରା ଉଚିତ ଲାଭାର୍ଥୀ ଏହାର ଲାଭ ପାଇପାରିବେ। ତେବେ ଯେଉଁମାନେ ଏବେ ଯାଏଁ ନିଜ ରାସନକାର୍ଡରେ ଆଧାର କାର୍ଡ ଲିଙ୍କ କରିନାହାନ୍ତି ସେମାନେ ଶୀଘ୍ର ଏହି ପ୍ରକ୍ରିୟାକୁ ପୂରା କରିବାକୁ ପରାମର୍ଶ ଦିଆଯାଇଛି।

ଆଧାରକୁ ରେସନ କାର୍ଡ ସହିତ ସଂଯୋଗ କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଏକାଧିକ ରାସନ କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା । ସରକାର ଏପରି ଏକ ଭଲ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକମାନଙ୍କୁ ଏହା ବିଶେଷ ସହାୟକ ହେବ । ବିପିଏଲ ପରିବାରମାନଙ୍କୁ ସବସିଡିଯୁକ୍ତ ଶସ୍ୟ ଏବଂ କିରୋସିନ ତେଲ ଯୋଗାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।

ad-week
Leave A Reply

Your email address will not be published.