ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ ବିକୃତ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, କୌଣସି କାରଣ ବସତଃ ବାପା ମାଙ୍କ ସହ ପୁଅର ଝଗଡା ଲାଗିଥିଲା । ବିବାଦ ବଢିବାରୁ ଉତ୍ୟକ୍ତ ହୋଇ ପୁଅ ଘରେ ଥିବା ଶାବଳରେ ବାପା, ମା’ଙ୍କୁ ପିଟିଥିଲା । ତେବେ ଶାବଳ ମାଡରେ ଘଟଣାସ୍ଥଳରେ ବାପା ମୃତ୍ୟୁବରଣ କରିଥିବା ବେଳେ ମା’କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଦନ୍ତ ବେଳେ ଅଭିଯୁକ୍ତ ପୁଅ ମାନଷିକ ବିକୃତ ଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ପଛର କାରଣ ଜଣା ପଡିନଥିବା ବେଳେ ସୂଚନା ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
