ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ

add-all

ଯାଜପୁର : ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ। ଆଜି ନିର୍ବାଚନମଣ୍ଡଳୀର ଆରୁହା ପଞ୍ଚାୟତରେ ଚାଲିଥିବା ହିଙ୍ଗୁଳା ଯଜ୍ଞ ଉତ୍ସବକୁ ଯିବା ସମୟରେ ଏହି ଆକ୍ରମଣ ହୋଇଛି । ଯଜ୍ଞକୁ ଯିବା ପୂର୍ବରୁ ପାଖାପାଖି କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇବା ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପ୍ରଣବଙ୍କ ସମର୍ଥକ ମାନେ ମଧ୍ଯ ଏପରି ଘଟଣାକୁ ପ୍ରତିବାଦ କରିଥିଲେ। ଉଭୟ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ।

ad-week
Leave A Reply

Your email address will not be published.