ଜନପ୍ରତିନିଧିମାନେ ଯଦି ଅସୁରକ୍ଷିତ, ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି: ନବୀନ

add-all

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି। ଜନ ପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ad-week
Leave A Reply

Your email address will not be published.