ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି। ପଲ୍ଲବୀ ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କ ପତ୍ନୀଙ୍କୁ ଫୋନ କରି ‘ମୁଁ ଜଣେ ରାକ୍ଷସକୁ ମାରିଦେଇଛି’ ବୋଲି କହିଥିବା ଏବେ ଜଣାପଡ଼ିଛି। ଏଥିରୁ ଯାହା ଜଣାପଡୁଛି ଓମ୍ପ୍ରକାଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୈବାହିକ ସଂପର୍କ ନଥିଲା। ସେମାନଙ୍କ ମଧ୍ୟରେ ପଡୁନଥିବା କାରଣରୁ ଅତିଶୟ ହୋଇ ପତ୍ନୀ ତାଙ୍କର ହତ୍ୟା କରିଛନ୍ତି। ଏହାବ୍ୟତୀକ ଓମ୍ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପୁଅ କହିଛନ୍ତି।
ଡିଜିପି ଓମ ପ୍ରକାଶଙ୍କ ହତ୍ୟାକାଣ୍ଡରେ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି, ଯିଏ ବେଙ୍ଗାଲୁରୁରେ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ। ଘଟଣା ପରେ ତାଙ୍କ ପତ୍ନୀ ପଲ୍ଲବୀ ପୁଲିସ କଣ୍ଟ୍ରୋଲ ରୁମ ୧୧୨କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।
ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଏଚ୍ଏସ୍ଆର ଲେଆଉଟ୍ ସ୍ଥିତ ତାଙ୍କ ବାସଭବନରେ ଓମ ପ୍ରକାଶଙ୍କୁ ଛୁରୀ କ୍ଷତ ସହିତ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପୁଲିସ ସୂତ୍ର ଅନୁଯାୟୀ, ପଲ୍ଲବୀ ଫୋନରେ ସ୍ୱୀକାର କରିଥିଲେ ଯେ, “ମୁଁ ହିଁ ହତ୍ୟା କରିଛି।” ତାଙ୍କୁ ଏବଂ ଦମ୍ପତିଙ୍କ ଝିଅ କୃତିକୁ ପୁଲିସ ହେପାଜତକୁ ନେଇଥିଲା। ଘଟଣା ସମୟରେ ପୁଅ କାର୍ତ୍ତିକେଶ ଘରେ ନଥିଲେ। ଏଫଆଇଆର ଅନୁଯାୟୀ, କାର୍ତ୍ତିକେଶ ଫେରି ଆସି ଘରର ତଳ ମହଲାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ବାପାଙ୍କୁ ପଡ଼ିଥିବା ଦେଖିଥିଲେ।
ଏଚ୍ଏସ୍ଆର୍ ଆଉଟ୍ଲେଟ୍ ପୁଲିସ ଷ୍ଟେସନରେ ପଞ୍ଜିକୃତ ଅଭିଯୋଗରେ, କାର୍ତ୍ତିକେଶ ତାଙ୍କ ମାଆ କିମ୍ବା ଭଉଣୀଙ୍କୁ ସିଧାସଳଖ ଆକ୍ଷେପ ନକରି କହିଥିଲେ ଯେ ସେ ଘରେ ପହଞ୍ଚିବା ପରେ ତାଙ୍କ ବାପାଙ୍କ ମୃତଦେହ ପାଇଥିଲେ।
