ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଏଜି

ନୂଆଦିଲ୍ଲୀ: ମୃତ ସରକାରୀ କର୍ମଚାରୀଙ୍କ ପରିବାରଙ୍କ ପ୍ରତି ଓଡିଶା ସରକାରଙ୍କ ସମ୍ବେଦନଶୀଳ। ୩ ହଜାରରୁ ଉଦ୍ଧ୍ୱର୍ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ସରକାରୀ ଚାକିରି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୋମବାର ସୁପ୍ରିମକୋର୍ଟରେ ଏହା କହିଛନ୍ତି।

ସେ କହିଛନ୍ତି, ସଂଶୋଧିତ ଆଇନ ୨୦୨୫ ଅନୁଯାୟୀ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରାଣ ହରାଇଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଓଡ଼ିଶା ସରକାର ସରକାରୀ ଚାକିରି ଦେବେ। ୨୦୨୦ରେ ପୂର୍ବତନ ସରକାର ୧୯୯୦ ଆଇନର ସଂଶୋଧନ କରିବା ଫଳରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିଲେ। କେତେକ କର୍ମଚାରୀଙ୍କ ପରିବାର ସଦସ୍ୟ ଓଡ଼ିଶା ହାଇକୋର୍ଟରେ ଏହା ବିରୋଧରେ ଆବେଦନ କରିଥିଲେ।

ଓଡ଼ିଶା ହାଇକୋର୍ଟ ରାଜ୍ୟ ସରାକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। ବିଜେଡି ସରକାର ୨୦୨୩ ଜୁନ୍‌ ୨୭ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାରେ ନୂଆ ସରକାର ନର୍ବିଚାର କରିବା ପାଇଁ ଚିନ୍ତା କରିଥିଲେ। ଏହା ପରେ ମାମଲା ଏପ୍ରିଲ ୨୧କୁ ସ୍ଥଗିତ ହୋଇଥିଲା। ଆଜି ଏହାର ଶୁଣାଣି ଶେଷ ହୋଇଛି। ନୂଆ ସରକାରଙ୍କ ସଂଶୋଧିତ ଆଇନ-୨୦୨୫ ଦ୍ୱାରା ୩ ହଜାରରୁ ଉର୍ଦ୍ଧ୍ୱ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ଏଥିରୁ ଲାଭବାନ ହେବେ।

nis-ad
Leave A Reply

Your email address will not be published.