ଭୁବନେଶ୍ବର: ସାରା ଓଡ଼ିଶା ଜଳୁଛି। ତାତିର ତାଉରେ ଓଡ଼ିଶାବାସୀ ସିଜୁଛନ୍ତି। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୩ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି କଲବଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
୨ ଦିନ ଯାଏ ସିଭିୟର ହିଟ୍ ୱେଭ୍କୁ ନେଇ ଝାରସୁଗୁଡା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଦିନର ତାପମାତ୍ରା ୪୬ ଡିଗ୍ରି ପାର କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ତାତିକୁ ନେଇ ୫ ଜିଲ୍ଲା ବୌଦ୍ଧ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡକୁ ହିଟ୍ ୱେଭ୍ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ନୂଆପଡା, ବରଗଡ଼,କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ,କେନ୍ଦୁଝର ,ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତାକାଲି ଗୁରୁବାର ପାଇଁ ବୌଦ୍ଧ, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼,ବଲାଙ୍ଗୀର, ଓ ସୋନପୁର ଏହି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କଳାହାଣ୍ଡି ଅନୁଗୁଳ ନୂଆପଡା ଓ ଦେଓଗଡକୁ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି।
ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଆଦି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ସହ ମୟୁରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୬ ତାରିଖ ଯାଏ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୩ ଦିନ ଯାଏ ୨ ରୁ ୪ ଡିଗ୍ରି ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୭ ପରେ ପାଗରେ ପରିବର୍ତନ ସହ ପୁଣି କାଳବୈଶାଖୀ ବର୍ଷାର ସମ୍ଭାବନା ଅଛି।
ଗତ ୨୪ ଘଣ୍ଟାରେ ୫ ଟି ସ୍ଥାନରେ ୪୪ ଡିଗ୍ରି ଉପରେ ତାପମାତ୍ରା ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୬.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କୋରାପୁଟର ସିମିଲିଗୁଡାରେ ସର୍ବାଧିକ ୨୨.୦୦ ମିମି ବର୍ଷା ରେକର୍ଡ କରାଯାଇଛି।
