ଭାଙ୍ଗିଗଲା ପାକ୍‌ ଅଭିନେତ୍ରୀଙ୍କ ସ୍ବପ୍ନ

add-all

ନୂଆଦିଲ୍ଲୀ: ଗତ ମଙ୍ଗଳବାର କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।
ଆତଙ୍କବାଦୀଙ୍କ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ବଦ୍ଧପରିକର ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହି ଆକ୍ରମଣ ଘଟଣାକୁ ନେଇ କଳାକାରମାନେ ବି ନିଜନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଉରି ଆକ୍ରମଣ ପର ଠାରୁ ଭାରତରେ ପାକିସ୍ତାନ କଳାକାରଙ୍କୁ ନେଇ ପ୍ରତିବନ୍ଧକ ଲାଗୁ କରାଯାଇଛି। ସମୟ ବଢ଼ିବା ସହିତ ଏହି ପ୍ରତିବନ୍ଧକ ସାମାନ୍ୟ କୋହଳ ହୋଇ ଆସୁଥିଲା।
ଏଭଳି ସମୟରେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପ‌ରେ ଅଭିନେତା ଫୱାଦ ଖାନ ଓ ବାଣୀ କପୁରଙ୍କ ବିଦେଶରେ ସୁଟିଂ ହୋଇଥିବା ସିନେମା ‘ଅବୀର ଗୁଲାଲ’ର ରିଲିଜକୁ ଅଟକାଇ ଦିଆଯାଇଛି।
କିଛିଦିନ ହେବ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରର ହାନିଆ ଆମୀର ହିନ୍ଦୀ ସିନେମା ଜଗତରେ କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହାନିଆ ବି ଏହାକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ‌ତେବେ ପାଲଗାମ ଉପତ୍ୟକାରେ ଆତଙ୍କବାଦୀଙ୍କ ଆକ୍ରମଣ ପ‌ରେ କିଛି ପ୍ରତିବନ୍ଧକ ଲାଗୁ କରଯାଇଛି। ଏହି କାରଣରୁ ହାନିଆ ରଖିଥିବା ଅନେକ ସ୍ବପ୍ନ ଭାଙ୍ଗି ଯାଇଥିବା କୁହାଯାଉଛି।

ad-week
Leave A Reply

Your email address will not be published.