ପାକିସ୍ତାନର ସରକାରୀ ‘X’ ହ୍ୟାଣ୍ଡେଲ ଭାରତରେ ବ୍ଲକ

add-all

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବରୁ ଟ୍ୱିଟର) ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ କରିଛନ୍ତି। ଫଳରେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ।
କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ପାକିସ୍ତାନ ବିରୋଧରେ ପଦକ୍ଷେପ ସ୍ୱରୂପ ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟକୁ ଭାରତରେ ପ୍ରତିବନ୍ଧ କରାଯାଇଥିବା ଜଣାପଡିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ କର୍ତ୍ତୃପକ୍ଷଙ୍କୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଆଇଟି ମନ୍ତ୍ରାଳୟ ଜଣାଇଥିଲା।

ad-week
Leave A Reply

Your email address will not be published.