ବେଆଇନ ବାଲି ଚାଲାଣ କରି ଗିରଫ ହେଲେ ଆସିକା ନଳବଣ୍ଟା ସମିତି ସଭ୍ୟ….

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ଋଷିକୂଲ୍ୟା ନଦୀ ବନ୍ଧକୁ ଚୋରା ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ କାଟି ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଅସୁଥିଲା। ଆସିକା ଥାନା ଇଲାକାର ନଳବଣ୍ଟା ଠାରେ ପ୍ରବାହିତ ଋଷିକୂଲ୍ୟା ନଦୀବନ୍ଧ କୁ କାଟି ନଳବଣ୍ଟା ଗ୍ରାମର ସମିତି ସଭ୍ୟ ଚୋରା ବାଲି ଚାଲାଣ ସମ୍ପର୍କ ରେ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଆସିକା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ବା ବେଳେ ଟ୍ରାକ୍ଟର ଛାଡ଼ି ସମିତି ସଭ୍ୟ କିରଣ ଭୂୟାଁ ଫେରାର ହୋଇ ଯାଇଥିଲେ। ପୋଲିସ ଘଟଣା ସ୍ଥଳରୁ ଏକ ଟ୍ରାକ୍ଟର ଜବତ କରିଥିଲେ। ଆସିକା ଥାନା କେଶ ନମ୍ବର ୩୦୪/୨୫ ରେ ଏକ ମାମଲା ଡାଏର କରିଥିଲେ। ବୁଧବାର ଦିନ ଆସିକା ପୋଲିସ ସମିତି ସଭ୍ୟ କିରଣ ଭୂୟାଁ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଥାଉକି ଆସିକା ତହସିଲ ଅଞ୍ଚଳ ରେ ପ୍ରତିଦିନ ଋଷି କୂଲ୍ୟା ଓ ବଡ଼ ନଦୀରୁ ବେଧଡ଼କ ଚୋରା ବାଲି ଚାଲଣ ହେଉଛି।

ad-week
Leave A Reply

Your email address will not be published.