ଲକ୍ଷ ଲକ୍ଷ କଇଁଛ ଶାବକ ସମୁଦ୍ର ମୁହାଁ

ସମୁଦ୍ର ମୁହାଁ କଇଁଛ ଛୁଆ ।  ଦୀର୍ଘ ୫୦ ଦିନ ପରେ ପୁଣି ଚଳଚଂଚଳ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ।  ଲକ୍ଷ ଲକ୍ଷ କଇଁଛମାନେ ଗହୀରମଥାର ଅଗରନାସୀ-୨ରେ ସମୁହ ଅଣ୍ଡାଦାନ ପକ୍ରିୟା ଶେଷ କରିଥିଲେ ।  ଗତ ଦୁଇଦିନ ଭିତରେ ୮୨ ଲକ୍ଷ ଶାବକ ଅଣ୍ଡାରୁ ବାହାରି ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଛନ୍ତି  ।

ଚଳିତବର୍ଷ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପକ୍ରିୟାରେ ୫ ଲକ୍ଷ ୩ ହଜାର ୭୧୯ ମାଆ କଇଁଛ ଅଣ୍ଡା ଦେଇଥିଲେ ।  ଗହୀରମଥାର ଅଗରନାସୀ-୨ ସମେତ ସାତଭାୟା, ପେଣ୍ଠ ବେଳାଭୂମିରେ ସମୂହ ଅଣ୍ଡାଦାନ ଶେଷ କରିଥିଲେ ।  ୫୦ ଦିନ ଭିତରେ ଅଣ୍ଡାଗୁଡିକରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଯିବା ସମୟର ଅପୂର୍ବ ଦୃଶ୍ୟ ବେଶ୍ ମନମୁଗ୍ଧକର ।

ଅଣ୍ଡାଗୁଡିକର ଛୁଆ ହେବା ସମୟରେ କୁଆ, ବିଲୁଆ, ଛଂଚାଣ ପ୍ରଭୃତିଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ବନବିଭାଗର କର୍ମଚାରୀମାନେ ସଜାଗ ରହିଛନ୍ତି ।  ଏହି ପକ୍ରିୟା ଆଉ ଦୁଇ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ।  ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ କଇଁଛ ସାବକ ଜନ୍ମ ହେବା ନେଇ ବନବିଭାଗ ଆଶା ରଖିଛି ।

nis-ad
Leave A Reply

Your email address will not be published.