ଭାରତ-ପାକିସ୍ତାନ ଏବେ ଶାନ୍ତ ରହିବା ଜରୁରୀ: ଜମ୍ମୁ-କଶ୍ମୀର କଂଗ୍ରେସ ଅଧ୍ୟକ୍ଷ

add-all

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମର ଦୋଷୀମାନଙ୍କ ପାଇଁ ଦଣ୍ଡ ଘୋଷଣା କରିଛନ୍ତି ଯାହା ସେମାନଙ୍କ କଳ୍ପନାଠାରୁ ମଧ୍ୟ ଭୟଙ୍କର ହେବ। ଏହି ଘଟଣା ନେଇ ସମଗ୍ର ଦେଶବାସୀ କ୍ରୋଧିତ ହୋଇଛନ୍ତି। ଏହି ସମୟରେ, ବିରୋଧୀ କଂଗ୍ରେସର ଜଣେ ରାଜ୍ୟ ସଭାପତି ଭାରତ ଏବଂ ପାକିସ୍ତାନ ସରକାରଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି।

ଜମ୍ମୁ-କାଶ୍ମୀର କଂଗ୍ରେସ ସଭାପତି ତାରିକ ହମିଦ କର୍ରା ପାକିସ୍ତାନର ଏୟାରସ୍ପେସ ବନ୍ଦ କରିବା ପଦକ୍ଷେପ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଏହା ଆକ୍ରମଣ ପ୍ରତିଆକ୍ରମଣ। ଆମର ଅନୁରୋଧ ଯେ ଉଭୟ ଦେଶର ସରକାର ଶାନ୍ତ ରୁହନ୍ତୁ। ଜଣେ କାଶ୍ମୀରୀ ହୋଇଥିବାରୁ ମୁଁ କହିବାକୁ ଚାହୁଁଛି ଯେ, ଯେତେବେଳେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ହୁଏ, ସେତେବେଳେ କାଶ୍ମୀରୀମାନେ ହିଁ ଅଧିକ ପ୍ରଭାବିତ ହୁଅନ୍ତି। ସେଥିପାଇଁ ଭାରତ ଏବଂ ପାକିସ୍ତାନ ଉଭୟର ସରକାର ଏବେ ଶାନ୍ତ ରହିଲେ ଭଲ।”

ad-week
Leave A Reply

Your email address will not be published.