ଆତଙ୍କବାଦୀଙ୍କୁ ସମର୍ଥନ କରିବାର ଇତିହାସ ଆମର ରହିଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

add-all

ଆତଙ୍କବାଦୀଙ୍କୁ ସମର୍ଥନ କରିବା, ସେମାନଙ୍କୁ ନିଜ ମାଟିରେ ପାଳିବା ଏବଂ ପାଣ୍ଠି ଯୋଗାଉଥିବା ନେଇ ପାକିସ୍ତାନ ସ୍ଵୀକାର କରିଛି। ପାକିସ୍ତାନ ଆତଙ୍କାବାଦୀଙ୍କୁ ସମର୍ଥନ କରିବାର ଇତିହାସ ରହିଛି ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେବା ଅବସରରେ ମାନିଛନ୍ତି। ଏହା ଆମର ଏକ ତ୍ରୁଟି। ଏସବୁ କାର୍ଯ୍ୟ ପାଇଁ ଆମେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛୁ ବୋଲି ସେ କହିଛନ୍ତି।

ସାକ୍ଷାତକାର ସମୟରେ ଆସିଫଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆତଙ୍କବାଦୀଙ୍କୁ ସମର୍ଥନ କରିବା, ପ୍ରଶିକ୍ଷଣ ଦେବା ଏବଂ ଆତଙ୍କୀ ସଂଗଠନଗୁଡ଼ିକୁ ଅର୍ଥ ଯୋଗାଇବା ନେଇ ପାକିସ୍ତାନର ଏକ ଲମ୍ବା ଇତିହାସ ରହିଛି ବୋଲି ଆପଣ ମାନୁଛନ୍ତି କି ? ଏହାର ଉତ୍ତରରେ ଆସିଫ କହିଥିଲେ, ଆମେ ଆମେରିକା ପାଇଁ ଏଭଳି ଘୃଣ୍ୟ କାର୍ଯ୍ୟ ୩ ଦଶନ୍ଧି ଧରି କରିଆସୁଛୁ। ଏପରି କି ବ୍ରିଟେନ ସମେତ କିଛି ପଶ୍ଚିମୀ ଦେଶ ପାଇଁ ଏହା କରିଆସୁଛୁ। ତାହା ଏକ ଭୁଲ ଥିଲା। ଏବେ ସେଥିପାଇଁ ଆମେ କ୍ଷତିଗ୍ରସ୍ତ ହେଉଛୁ। ସୋଭିଏଟ ୟୁନିଅନ ବିରୋଧରେ ହୋଇଥିବା ଯୁଦ୍ଧରେ ଯଦି ଆମେ ସାମିଲ ହୋଇ ନ ଥାଆନ୍ତୁ, ତାହେଲେ ଆମ ଇତିହାସ ଭଲ ରହିଥାଆନ୍ତା ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.