ଗାଡି ସାଇଡ ମରାକୁ ନେଇ ତୁମୁଳକାଣ୍ଡ : ବିବାହ ଶୋଭାଯାତ୍ରାରେ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ

add-all

ବାଙ୍କୀ: ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା । ବାଙ୍କୀରେ ଗାଡ଼ି ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ । ତିଗିରିଆ ଥାନା ବିନ୍ଧାଣିମା ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ବୈଦେଶ୍ୱର ଗାଁରୁ ବିବାହ ସ୍ଥଳକୁ ପ୍ରସେସନ୍ କରି ଯାଉଥିବା ବେଳେ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାର ସାଇଡ ମରାକୁ ନେଇ ତୁମୁଳକାଣ୍ଡ ଘଟିଛି ।

ବରଯାତ୍ରୀ ଦଳ ପକ୍ଷରୁ ଆସିଥିବା ଯୁବକ ମାନେ ଉନ୍ମତ୍ତ କାଣ୍ଡ ଭିଆଇ ଥିଲେ। ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ। ବୈଦେଶ୍ୱର ଥାନା ଠାରୁ ମାତ୍ର ଚାରି ଶହ ମିଟର ଦୂର ଗ୍ରାମ୍ୟ ବ୍ୟାଙ୍କ ଛକରେ ଖଣ୍ଡା ବୁଲିଲା । ଯୁବକମାନେ ଗୋଟିଏ କାରକୁ ଭାଙ୍ଗିବା ସହ ଖଣ୍ଡାରେ ତିନି ଜଣଙ୍କୁ ଆକ୍ରମଣ କରିବାରୁ ସେମାନେ ଆହତ ହୋଇଛନ୍ତି। ବୈଦେଶ୍ୱର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବରଯାତ୍ରୀ ଦଳ ପକ୍ଷରୁ ଚାରି ଜଣ ଯୁବକଙ୍କୁ ଅଟକ ରଖିଛି। ଗୋଟିଏ ସ୍କର୍ପିଓ, କାର ସହିତ ପ୍ରସେଶନରେ ଯାଉଥିବା ଡିଜେ ଗାଡିକୁ ଥାନାରେ ରଖି ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.