ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ନିୟୋଜିତ ହେଲେ ସ୍ଵତନ୍ତ୍ର ବାହିନୀ, ୨୮ ପୂର୍ବରୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ
ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ। ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି। ଦିନକୁ ଦିନ ଶ୍ରମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ।
ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ। ରାଜ୍ୟ ଶସସ୍ତ୍ର କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର , ୨୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବ।
