ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ବାହାରିଲେ ୫୫୦ ବାଂଲାଦେଶୀ

add-all

ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ଜଣେ କି ଦୁଇଜଣ ନୁହନ୍ତି, ୫୫୦ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କଲା ପ୍ରଶାସନ। ଏହା ହେଉଛି ଗୁଜରାଟର ଅବସ୍ଥା।

ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ି ପଳାଇବାକୁ ନିର୍ଦେଶ ଦିଆଯାଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସ୍ଵଦେଶ ଫେରାଇବା ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ପରେ ସବୁ ରାଜ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି। ତେବେ ଗୁଜରାଟରେ ପାକିସ୍ତାନୀଙ୍କୁ ଖୋଜିବା ସମୟରେ ବହୁ ସଂଖ୍ୟକ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ରାଜ୍ୟରେ ୫୫୦ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କରିଛି ପ୍ରଶାସନ। ବେଆଇନ ଭାବେ ଏମାନେ ରହୁଥିବାରୁ ପ୍ରଶାସନ ସେମାନଙ୍କୁ ଅଟକ ରଖିଛି। ଏସଓଜି, କ୍ରାଇମବ୍ରାଞ୍ଚ, ମାନବଚାଲାଣ ନିରୋଧୀ ଶାଖା, ସ୍ଥାନୀୟ ପୁଲିସ ସହାୟତାରେ ଗୁଜରାଟ ପୁଲିସ ପକ୍ଷରୁ ଏହି ଚିହ୍ନଟ ପ୍ରକ୍ରିୟା କରାଯାଇଥିଲା।

ad-week
Leave A Reply

Your email address will not be published.