ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି

add-all

ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ନୌସେନାର ଜାହାଜ, କ୍ଷେପଣାସ୍ତ୍ର ଏବଂ ଓ୍ବିପନ ସିଷ୍ଟମଗୁଡ଼ିକୁ ପରୀକ୍ଷଣ କରାଯାଉଛି। ଆରବ ସାଗରରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି।

ନୌସେନା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହି ଯୁଦ୍ଧାଭ୍ୟାସର କିଛି ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଯୁଦ୍ଧ ଜାହାଜଗୁଡ଼ିକରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଛି। ଭାରତୀୟ ନୌସେନା ଦେଶର ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଲାଗି ଯେକୌଣସି ସମୟରେ ଯେକୌଣସି ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ବୋଲି ଏକ୍ସ’ରେ ନୌସେନା ପକ୍ଷରୁ କୁହାଯାଇଥିଲା।

ଅନ୍ୟପଟେ ଭାରତର ଯୁଦ୍ଧାଭ୍ୟାସ ଦେଖି ପାକିସ୍ତାନ ଛାନିଆ ହେବା ସହିତ ଭୟଭୀତୟ ହୋଇ ନିଜ ନୌସେନାକୁ ସତର୍କତା ଜାରି କରିଛି।

ad-week
Leave A Reply

Your email address will not be published.