ପାକିସ୍ତାନର ବଜେଟ୍ ଆମ ସାମରିକ ବଜେଟଠୁ ବି କମ୍: ଅସଦୁଦ୍ଦିନ ଓୱେସି

add-all

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ସାରା ଦେଶରେ କ୍ରୋଧ ରହିଛି। ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇଏସ ପରି କାମ କରିଛି। ପାକିସ୍ତାନ ଭାରତଠାରୁ ଅଧା ଶତାବ୍ଦୀ ପଛରେ ଅଛି। ସେମାନଙ୍କ ଦେଶର ବଜେଟ୍ ଆମ ସାମରିକ ବଜେଟ୍ ସହିତ ସମାନ ନୁହେଁ।

ଭାଇରାଲ ଭିଡିଓରେ ଓୱେସି ପାକିସ୍ତାନ ବିରୋଧରେ କଡ଼ା ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି। ସେ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇଏସ ପରି କାମ କରୁଛି। ସମୟ ହିସାବରେ ଦେଖିବାକୁ ଗଲେ ପାକିସ୍ତାନ ଭାରତଠାରୁ ଅଧଘଣ୍ଟା ପଛରେ ରହିଛି। ହେଲେ ଅର୍ଥନୀତିକୁ ଦେଖିଲେ ଅଧା ଶତାବ୍ଦୀ ପଛରେ ଅଛିପାକିସ୍ତାନ। ପାକିସ୍ତାନର ଅର୍ଥନୀତି ଏତେ ଦୁର୍ବଳ ଯେ, ଏହାର ମୋଟ ବଜେଟ୍ ଭାରତର ସାମରିକ ବଜେଟ୍ ସହିତ ସମାନ ନୁହେଁ।

୨୭ ଏପ୍ରିଲରେ ମହାରାଷ୍ଟ୍ରର ପରଭଣୀରେ ୱାକଫ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ କରିବା ପାଇଁ ଓୱେସି ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ପାକିସ୍ତାନର ମନୋଭାବ ଉପରେ କଡ଼ା ମନ୍ତବ୍ୟ ଦେଇଥିଲେ।

ad-week
Leave A Reply

Your email address will not be published.