ରକ୍ତ ବୋହିଲେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ: ଶଶି ଥରୁର

add-all

ନୂଆଦିଲ୍ଲୀ: ରକ୍ତ ବୋହିଲେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ। କଂଗ୍ରେସ ନେତା ଶଶି ଥରୁର, ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋଙ୍କୁ ଏଭଳି କହିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଏହା ପରେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ।

ଶନିବାର ଏହାକୁ ବିରୋଧ କରି ବିଲାୱଲ କହିଥିଲେ ଯେ, “ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ, ସିନ୍ଧୁ ଆମର ଏବଂ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ। ଭାରତ ସିନ୍ଧୁ ଉପରେ ଆକ୍ରମଣ କରିଛି। ଭାରତର ଜନସଂଖ୍ୟା ଆମଠାରୁ ଅଧିକ ହୋଇପାରେ, କିନ୍ତୁ ପାକିସ୍ତାନର ଲୋକମାନେ ସାହସୀ। ଆମେ ସୀମାରେ ଏବଂ ପାକିସ୍ତାନରେ ମଧ୍ୟ ଲଢ଼ିବୁ। ଆମର ସ୍ୱର ଭାରତକୁ ଉଚିତ୍ ଜବାବ ଦେବ।”

ଏହାର ଜବାବରେ ଥରୁର କହିଛନ୍ତି, “ପାକିସ୍ତାନ ବିରୋଧରେ ଆମର କୌଣସି ଆକ୍ରମଣାତ୍ମକ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଯଦି ସେମାନେ କିଛି କରନ୍ତି, ତେବେ ସେମାନଙ୍କୁ ଉଚିତ୍ ଜବାବ ମିଳିବ। ଯଦି ରକ୍ତପାତ ହୁଏ, ତେବେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ।”

ad-week
Leave A Reply

Your email address will not be published.