ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜ୍କୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍ଲାକୁ ସେନା ଆକ୍ରମଣ ଭାବେ ବିବେଚନା କରିଛି ।
Terror Attackକୁ ‘Militant Attack’ ଭାବେ ଉଲ୍ଲେଖ କରିଛି । ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି ।
ବିବିସିକୁ ଲେଖାଯାଇଥିବା ଚିଠିରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବିସିର ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ।
ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତ । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି ।
ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର ।
ଏହି ଚ୍ୟାନେଲ ମଧ୍ୟରେ ସୋଏବ ଅଖତର ଏବଂ ଆରଜୁ କାଜମୀଙ୍କ ଚ୍ୟାନେଲ ଥିବା ଜଣାପଡିଛି । ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି ଏବଂ ବୋଲ ନ୍ୟୁଜର ଚ୍ୟାନେଲ ମଧ୍ୟ ଅଛି । ରଫତାର, ଦ ପାକିସ୍ତାନ, ଜିଏନଏନ୍, ଉଜେର କି୍ରକେଟ, ଆସମା ଶିରାଜୀ, ମୁନିବ ଫାରୁକ, ଶୁନୋ ନ୍ୟୁଜ, ରାଜି ନାମା ଇତ୍ୟାଦି ସାମିଲ ରହିଛି ।
ଏହି ସବୁ ଚ୍ୟାନେଲ ଗୁଡିକ ଭାରତ ବିରୋଧରେ ଗୁଜବ ପ୍ରଚାର କରୁଥିଲେ । ସେନା ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ମିଛ ଏବଂ ଉସକାଇବା ପରି ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଏସବୁ ୟୁଟ୍ୟୁବ ଚ୍ୟାନେଲ ଆଉ ଭାରତରେ ଦେଖିବାକୁ ମିଳିବ ନାହିଁ ।
