ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା

add-all

ହିଞ୍ଜିଳିକାଟୁ : ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୫ଜଣ ଜଣ ଛାତ୍ରଛାତ୍ରୀ ଟାଇକୋଣ୍ଡୋ ରେ ଭାଗ ନେଇଥିଲେ । ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୫ ଜଣ ଛାତ୍ରଛାତ୍ରୀ ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଛନ୍ତି। ଏହା ୨୫!୪ ଓ ୨୬!୪ ଦୁଇ ଦିନିଆ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୫ ଠାରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାରେ ପ୍ରାୟ ୧୩୦ ରୁ ଉର୍ଦ୍ଧ ଖେଳାଳି ଭାଗ ନେଇଥିଲେ। ଆଞ୍ଚଳିକ ସ୍ତରୀୟରୁ ଚୟନ ହୋଇ ଅଂଶୁମାନ ପଣ୍ଡା ସ୍ଵର୍ଣ୍ଣପଦକ ହାସଲ କରି ଜାତିୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।ସେହିପରି ରିଧିକା ସାହୁ ବ୍ରୋଞ୍ଜ ପଦକ, ମେହେସ୍ନା ସେକ ରୈପ୍ୟ ପଦକ,ସୈମିକ ପ୍ରଧାନ ବ୍ରୋଞ୍ଜ ପଦକ, ଓମ ଶଙ୍କର ପାଢି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ହିଞ୍ଜିଳିକାଟୁ ଟାଇକୋଣ୍ଡୋ ଏକାଡେମୀ ରୁ ପ୍ରଶିକ୍ଷୀତ ପାଇ ସେମାନେ ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ସଫଳତା କରିଥିଲେ । ଏ ନେଇ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ଵେହେରା କୃତି ପ୍ରତିଯୋଗୀଙ୍କୁ ଚକୋଲେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ad-week
Leave A Reply

Your email address will not be published.