ଗଞ୍ଜାମ ଜିଲ୍ଲା ରେ ଜମି ମାଫିଆ ସକ୍ରିୟ :ପ୍ଲଟ ବିକ୍ରି ସକାଶେ ଜାତୀୟ ରାଜପଥ ଡ଼ିଭାଇଡ଼େର ଉପରେ ବି ଆଖି……!

ମାଫିଆ ମାନଙ୍କ ବାଦଶାହା ସାଜିଛି ପ୍ରଶାସନ…!

ଆସିକା କଳିଙ୍ଗା ରୋଡ ମଝିରେ ଥିବା ଡ଼ିଭାଇଡେର କୁ ଭାଙ୍ଗିବା ପାଇଁ ଖସଡା ପ୍ରସ୍ତୁତ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି, ଓ ମଦ ମାଫିଆ ପରେ ଜମି ମାଫିଆ ମାନେ ବି ସକ୍ରିୟ ହୋଇଛନ୍ତି l ସରକାରୀ ଜମି, ଗୋଚର ଜମି ଓ ଗ୍ରାମ କଣ୍ଟାକ ଏପରିକି ମନ୍ଦିର ଜମି ହଡପ କରିବାରେ ଲାଗିଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଛନ୍ତି l ନୂତନ ସରକାର (ବିଜେପି ) କ୍ଷମତା କୁ ଆସିବା ପରେ ପ୍ରଥମେ ସରକାରୀ ଜମି ହଡପ କରିଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ଜାରି କରିଥିଲେ କିନ୍ତୁ ସରକାରୀ ନିୟମ କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଫୁ କରିଥିବା ଦେଖିବାକୁ ମିଳୁଛି, କାରଣ ଜମି ମାଫିଆ ଜିଲ୍ଲାପାଳ ଙ୍କ ଗେଲ୍ହା ପୁଅ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ସୂଚନା ଥାଉକି ଆସିକା ଅଞ୍ଚଳର ରାଜପଥ ଉପରେ ଥିବା ଚାଷ ଜମିକୁ ଜମି ମାଫିଆ ମାନେ କ୍ରୟ କରିଛନ୍ତି। ଚାଷୀ ମାନଙ୍କ ଠାରୁ ଶାଗ ମାଛ ଦରରେ କ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ରେ ସେହି ଜମି ଉପରେ ଆପାର୍ଟମେଣ୍ଟ କରି ଓ ପ୍ଲଟ କାଟି ବିକ୍ରି ବଟା ଚାଲିଛି। ବର୍ତ୍ତମାନ ଉକ୍ତ ଆପାର୍ଟମେଣ୍ଟ ଓ ପ୍ଲଟ ପାଇଁ ବିକ୍ରି କରିଥିବା ଜମିକୁ ଯାତାୟାତ ପାଇଁ ରାସ୍ତାରେ ଥିବା ଡ଼ିଭାଇଡେର ଏବେ ବାଧକ ସାଜିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜାତୀୟ ରାଜପଥ ମଝିରେ ଦୁର୍ଘଟଣା କୁ ଏଡ଼େଇବା ପାଇଁ ଡ଼ିଭାଇଡେର ନିର୍ମାଣ କରାଯାଉଛି। ନିଜର ସ୍ୱାର୍ଥ ସାଧନ ଓ ପ୍ଲଟକୁ ଯିବା ପାଇଁ ଦୁଇଟି ରାସ୍ତା ନିର୍ମାଣ କରିବା ସକାଶେ ନିର୍ମାଣ ହୋଇଥିବା ଡ଼ିଭାଇଡେର କୁ ଭାଙ୍ଗି ପ୍ଲଟ ଓ ଆପାଟମେଣ୍ଟକୁ ଯିବା ପାଇଁ ଏପରି ହୀନ ଉଦ୍ୟମ କରାଯାଉଛି। ଏହି ଡ଼ିଭାଇଡେର ଭାଙ୍ଗିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ଆରମ୍ଭ ହେଲାଣି। ଡ଼ିଭାଇଡେର ଥାଇବି ରୀତିମତ ଦୁର୍ଘଟଣା ଘଟୁଛି। ଡ଼ିଭାଇଡେର ଥିବା ଯେଉଁ ଯେଉଁ ସ୍ଥାନରେ ଉଭୟ ରାସ୍ତା କୁ ଯିବା ପାଇଁ ରାସ୍ତା କରାଯାଇଛି।ସେହି ରାସ୍ତାରେ ଅଧିକାଂଶ ଦୁର୍ଘଟଣା ହେବାର ନଜିର ବି ରହିଛି। ଏହି ଡ଼ିଭାଇଡେର ବିଜୁ ପଟ୍ଟନାୟକ ଛକ ଠାରୁ ପାକଲାପଲ୍ଲୀ ଛକ ପର୍ଯ୍ୟନ୍ତ ରହିଛି। ଜମି ମାଫିଆ ମାନେ କଳିଙ୍ଗା ରୋଡ଼ ପାର୍ଶ୍ୱରେ ଚାଷ ଜମି କ୍ରୟ କରି ପ୍ଲଟ ନିର୍ମାଣ କରି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପ୍ଲଟକୁ ଯିବା ପାଇଁ ରସ୍ତା ନିର୍ମାଣ ପାଇଁ ବି ମସୁଧା ଚଲେଇଥିବା ଏବେ ଚର୍ଚ୍ଚା ହେଉଛି। ଡ଼ିଭାଇଡେର ଭାଙ୍ଗିବା ପାଇଁ ସ୍ଥାନୀୟ ନେତାଙ୍କ ସହ ଡ଼ିଲ ବି ସରିଥିବା ଚର୍ଚ୍ଚା ହେଉଛି। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସରକାରଙ୍କ ପକ୍ଷରୁ ନିର୍ମିତ ଡ଼ିଭାଇଡେର ଭାଙ୍ଗିବା ପାଇଁ ହେଉଥିବା ହୀନ ଉଦ୍ୟମକୁ ସାଧାରଣରେ ଜନତା ନା ପସନ୍ଦ କରିଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣ ରେ ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.