ଭାରତ ଭୟରେ ବଙ୍କର୍ ଭିତରେ ଲୁଚିଛନ୍ତି ପାକ୍ ସେନା ମୁଖ୍ୟ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ମୁନିର_ମିସିଙ୍ଗ୍

ନୂଆଦିଲ୍ଲୀ: କୁଆଡେ ଗଲେ ପାକିସ୍ତାନ ସେନା ମୁଖ୍ୟ ? କେଉଁଠି ଲୁଚିଛନ୍ତି ପାକ୍ ସେନା ମୁଖ୍ୟ ଆସିମ ମୁନିର ? ପାକିସ୍ତାନରେ ଅଛନ୍ତି ନା କୁଆଡେ ଦେଶ ଛାଡି ପଳାଇଗଲେଣି ? ଆସିମ ମୁନିରଙ୍କ ନିଖୋଜ ଖବର ନେଇ ଏବେ ସୋସିଆଲ ମିଡିଆ ସହ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ଭାରତର କଡ଼ା ଆଭିମୁଖ୍ୟ ଭୟରେ ଲୁଚିଛନ୍ତି ପାକିସ୍ତାନ ସେନା ମୁଖ୍ୟ । ଭାରତ ପହଲଗାମ ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଗୁଆ ନିଜକୁ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିଛନ୍ତି ଆସିମ ।
ଯୁଦ୍ଧ ଆଶଙ୍କା ଥିବାରୁ ଆସିମ ତାଙ୍କ ପରିବାରକୁ ଦୁଇ ତିନି ଦିନ ତଳେ ପାକିସ୍ତାନ ବାହାରକୁ ପଠାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆମେରିକା ଏବଂ ଲଣ୍ଡନ ପଠାଇଥିବା ସୂଚନା ମିଳିଥିବା ବେଳେ ଖୋଦ୍ ସେନା ମୁଖ୍ୟ ଆସିମ ମୁନିର ଏବେ ନିଖୋଜ ଥିବା କୁହାଯାଉଛି ଏବଂ ସୋସିଆଲ ମିଡିଆରେ ହାସ୍ ଟ୍ୟାଗ୍ ମୁନିର ମିସିଂ ଟ୍ରେଣ୍ଡ କରୁଛି ।
ମଙ୍ଗଳବାର ଭାରତ ସରକାର କରିଛନ୍ତି ୪ଟି ବଡ ବୈଠକ । ଏହାପରେ ପାକିସ୍ତାନରେ କୋକୁଆ ଭୟ । ନିଦରୁ ଉଠି ବିଳିବିଳେଇଲା ଭଳି ପାକ୍ ମନ୍ତ୍ରୀ କହୁଛନ୍ତି, ଯେକୌଣସି ମୁହୂର୍ତ୍ତରେ ଭାରତ କରିପାରେ ଆକ୍ରମଣ । ପାକିସ୍ତାନରେ ଯୁଦ୍ଧର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏଭଳି ସ୍ଥିତିରେ ପାକ୍ ଆର୍ମି ଚିଫ୍ ଜେନେରାଲ ଆସିମ୍ ମୁନିର ବଙ୍କର ଭିତରେ ଯାଇ ଲୁଚିଥିବା ଚର୍ଚ୍ଚା ହେଉଛି ।
ପହଲଗାମରେ ହୋଇଥବା ଆତଙ୍କୀ ଆକ୍ରମଣରେ ରହିଛି ପାକ୍ ସେନାର ସମ୍ପୃକ୍ତି । ଏହି ଆକ୍ରମଣକୁ ନେଇ ପାକିସ୍ତାନ ଭିତରେ ହିଁ ବିରୋଧର ସ୍ବର ଉଠିଲାଣି । ସାମ୍ବାଦିକଙ୍କ ଠାରୁ ନେଇ ଅବସରପ୍ରାପ୍ତ ସୈନିକ ପାକ୍ ସେନା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ମୁନିରଙ୍କ ଉତ୍ତେଜନାମୂଳକ ଭାଷଣ ଆଜି ପାକିସ୍ତାନ ପାଇଁ କାଳ ହୋଇଛି ବୋଲି ସେଠାକାର ନାଗରିକ କହୁଛନ୍ତି । ମୁନିର, ଜେନେରାଲ ଜିୟା ଉଲ ହକଙ୍କୁ ଅନୁସରଣ କରୁଥିବା କୁହାଯାଉଛି ।
୧୯୮୦ ଦଶକରେ ପାକ୍ ସେନାର ବରିଷ୍ଠ ସେନାଧିକାରୀ, ତଥା ରାଜନେତା କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆତଙ୍କବାଦ ଦ୍ବାରା ଭାରତରେ ଅସ୍ଥିରତା ଆଣିବାକୁ ଚଳାଇଥିଲେ ’ଅପରେସନ୍ ଟୋପୈକ୍’ ଅଭିଯାନ। ଆଜି ମୁନିର ମଧ୍ୟ ତାଙ୍କରି ବାଟରେ ଚାଲୁଥିବା କୁହାଯାଉଛି ।

nis-ad
Leave A Reply

Your email address will not be published.