ପାକିସ୍ତାନରେ ଅଣ୍ଡର ଗ୍ରାଉଣ୍ଡ ହେଉଛନ୍ତି ଆତଙ୍କୀ: ଆକ୍ରମଣ ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପାକିସ୍ତାନ ଉପରେ ହେବ ଆକ୍ରମଣ । ପହଲଗାମ ଘଟଣାର ପ୍ରତିଶୋଧ ନେବ ଭାରତ । ଏକଥା ଆମେ କହୁନୁ । ଖୋଦ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏଭଳି ଦାବି କରିଛି । ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର । ଭାରତର ପ୍ରସ୍ତୁତି ଦେଖିବା ପରେ ପାକିସ୍ତାନର ନିଦ ହଜିଯାଇଛି । ଶୋଇପାରୁ ନାହାନ୍ତି ପାକିସ୍ତାନର ସରକାର । ରାତି ଗୋଟାଏରେ ମନ୍ତ୍ରୀଙ୍କ ଏଭଳି ପ୍ରେସମିଟ ବୟାନ କରୁଛି, କେତେ ଭୟଭୀତ ଅବସ୍ଥାରେ ଅଛି ପାକିସ୍ତାନ ।
ଭାରତର ଆଭିମୁଖ୍ୟ ଦେଖି ଭୟଭୀତ ଆତଙ୍କବାଦୀ । ଉରି ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଭଳି ଆକ୍ରମଣ ଭୟରେ ପାକିସ୍ତାନରେ ଅଣ୍ଡର ଗ୍ରାଉଣ୍ଡ ହେଉଛନ୍ତି ଆତଙ୍କୀ । କାର୍ଯ୍ୟାନୁଷ୍ଠାନ ଭୟରେ ସୀମାରେ ଆତଙ୍କବାଦୀଙ୍କୁ ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ଲୁଚାଉଛି ପାକିସ୍ତାନ । ସେପଟେ ଲାହୋରରେ ଲୁଚି ରହିଥିବା ମୁମ୍ବାଇ ଏବଂ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦର ଠିକଣା ସାମ୍ନାକୁ ଆସିଛି । ଅଧିକ ଜନବସତି ଅଞ୍ଚଳରେ ସାଧାରଣ ଲୋକ ଭଳି ଏହି କୁଖ୍ୟାତ ଆତଙ୍କୀ ଲୁଚିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ରହିଛି ହାଫିଜ୍‌ । ସାଟେଲାଇଟ୍ ଫଟୋ ଓ ଭିଡିଓରୁ ହାଫିଜ ଲାହୋରରେ ଥିବା ନେଇ ସୂଚନା ମିଳିଛି । ଭାରତର ଆକ୍ରମଣ ଭୟରେ ଆଲର୍ଟ ମୋଡରେ ରହିଛି ପାକିସ୍ତାନ ସେନା । ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ସହ ଅନ୍ତର୍ଜାତୀୟ ସୀମାରେ ବି ଆରମ୍ଭ କରିଛି ଫାୟାରିଂ । ଯାହା ପାକିସ୍ତାନ ସେନାର ଡରକୁ ଦର୍ଶାଉଛି ।

nis-ad
Leave A Reply

Your email address will not be published.