କଲେଜ ଛାତ୍ରଙ୍କ ମୃତଦେହ ରେଳଷ୍ଟେସନ ନିକଟରୁ ଉଦ୍ଧାର

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲିଙ୍ଗରାଜ ରେଳ ଷ୍ଟେସନ ପାଖରୁ ଜଣେ କଲେଜ ଛାତ୍ରଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ତପନ ଆଚାର୍ଯ୍ୟ (୨୨)।
ସୂଚନା ଅନୁସାରେ ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ। ତପନ ସିଭିରମଣ କଲେଜରେ ପଢ଼ୁଥିଲେ। କଲେଜର ମାନସିକ ଚାପ ପାଇଁ ପୁଅ ଜୀବନ ହାରିଥିବା ତାଙ୍କର ବାପା ଅଭିଯୋଗ କରିଛନ୍ତି।
ପୁଅକୁ ନପାଇ ପରିବାର ଲୋକ କଲେଜକୁ କଲ୍‌ କରିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଆସନ୍ତାକାଲି ୧୧ଟା ବେଳେ ବାପା-ମା’ ଆସିବାକୁ କହିଥିଲେ। ହେଲେ ପୁଅ ନ ମିଳିବାରୁ ବ୍ୟାଟେରି ଗାଡିକୁ ଟ୍ରାକ୍‌ କରି ପହଞ୍ଚିଲା ବେଳେ ପରିବାର ଲୋକ ତପନର ମୃତଦେହ ପାଇଥିଲେ।
ପରିବାର ଲୋ‌କ ଏନେଇ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.